Latest Odisha News

BREAKING NEWS

କରୋନା ଭାଇରାସ ପ୍ରଭାବ: ଅନ୍ତର୍ଜାତୀୟ ଟୁର୍ନାମେଂଟ ଆୟୋଜନ ନେଇ ଅନିଶ୍ଚିତତା

ବେଜିଂ: କରୋନା ଭାଇରସ ପ୍ରଭାବ ଯୋଗୁ ଚାଇନାରେ ହେବାକୁଥିବା ଅନ୍ତର୍ଜାତୀୟ କ୍ରୀଡା ଟୁର୍ନାମେଂଟ ଆୟୋଜନ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି ।

ଇତି ମଧ୍ୟରେ ୨୫ ଫେବୃୟାରୀରେ ହେବାକୁ ଥିବା ବ୍ୟାଡମିଂଟନ ମାଷ୍ଟର୍ସ ଟୁର୍ନାମେଂଟକୁ ଘୁଂଚାଇ ଦିଆଯାଇଛି । ଆସନ୍ତା ୩ ମାସ ମଧ୍ୟରେ ୭ଟି ବଡ ଟୁର୍ନାମେଂଟ ଏଠାରେ ଆୟୋଜିତ ହେବାକୁ ଅଛି । ଟୋକିଓ ଅଲିମ୍ପିକ୍ସ ମହିଳା ଏସିଆନ୍ ଫୁଟବଲ ଯୋଗ୍ୟତାପର୍ଯ୍ୟାୟ, ବକ୍ସିଂ ଏବଂ ବାସ୍କେଟବଲ ଟୁର୍ନାମେଂଟ ଅନ୍ୟ ଦେଶକୁ ସ୍ଥାନାନ୍ତରିତ କରାଯାଇଛି ।

ଆଥଲେଟିକ୍ସ ଇନଡୋର ଚାମ୍ପିୟନଶିପ ଆସନ୍ତା ବର୍ଷକୁ ଘୁଂଚାଇ ଦିଆଯାଇଛି । ଫର୍ମୁଲା ୱାନ ଗ୍ରାଁପ୍ରି ନେଇ ନିର୍ଣ୍ଣୟ ନିଆ ଯାଇ ନ ଥିଲେ ମଧ୍ୟ ଏହାର ଆୟୋଜନ ନେଇ ସନ୍ଦେହ ରହିଛି । କୋରୋନା ଭାଇରାସ ଯୋଗୁ ୨୫୦ରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.