Latest Odisha News

BREAKING NEWS

୨୧ ବର୍ଷୀୟା ସୋଫିଆ କେନିନ ଜିତିଲେ ଅଷ୍ଟ୍ରେଲିଆନ ଓପନ

ବ୍ରିସବେନ୍‌:ଆମେରିକାର ୨୧ ବର୍ଷୀୟା ସୋଫିଆ କେନିନ ଅଷ୍ଟ୍ରେଲିଆନ୍ ଓପନ ଗ୍ରାଣ୍ଡସ୍ଲାମ ମହିଳା ଟେନିସର ସିଙ୍ଗଲ୍ସ ବିଭାଗରେ ଟାଇଟଲ ହାସଲ କରିଛନ୍ତି । ସେ ଫାଇନାଲରେ ସ୍ପେନର ଗାରବିନ୍ ମୁଗୁରୁଜାଙ୍କୁ ୪-୬, ୬-୨ ଓ ୬-୨ ସେଟରେ ପରାସ୍ତ କରିଥିଲେ । ସୋଫିଆଙ୍କ ଏହା କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ।

୨୦୦୮ ପରେ ସେ ଏହି ଟାଇଟଲ ଜିତିବାରେ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି । ବିଜୟ ସହ ସେ ବିଶ୍ୱ ର‌୍ୟାଙ୍କିଙ୍ଗରେ ୭ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ସେ୧୮ତମ ଆମେରିକୀୟ ଖେଳାଳି ଭାବେ ଏହି ଟାଇଟଲ ଜିତିଛନ୍ତି ।

Leave A Reply

Your email address will not be published.