Latest Odisha News

ଲଗାତାର୍‌ ତୃତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି ବାଂଲାଦେଶୀ ଡାକ୍ତର; ଏଭଳି ମାମଲା ବିଶ୍ୱରେ ପ୍ରଥମ ବୋଲି ଅନୁମାନ  

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ବିଚ୍ଛିନ୍ନ ସ୍ଥାନରୁ ପୁନଃ ସଂକ୍ରମଣର ଅନେକ ମାମଲା ଦେଖିବାକୁ ମିଳିଛି। ତେବେ ବାଂଲାଦେଶୀ ଡାକ୍ତର ତୃତୀୟ ଥର ପାଇଁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ତୃତୀୟ ଥର ପାଇଁ ସଂକ୍ରମଣ ମାମଲା ବିଶ୍ୱରେ ପ୍ରଥମ ବୋଲି କୁହାଯାଉଛି।
ପ୍ରକାଶ ଥାଉ କି, ଏପ୍ରିଲ ମାସରେ ସେହି ଡାକ୍ତ ଜଣଙ୍କ ପ୍ରଥମ ଥର କରୋନା ସଂକ୍ରମିତ ହୋଇଥିଲେ। ‌େତବେ ପ୍ରଥମ ଥର ସୁସ୍ଥ ହେବା ପରେ ସେ ଜୁଲାଇରେ କାମକୁ ଫେରିଥିଲେ। ଏହାପରେ ସେ ପୁଣି ଥରେ ତାଙ୍କଠାରେ କରୋନା ଲକ୍ଷଣ ଦେଖାଦେଇଥିଲା। ଏହା ପରେ ସେ ଘରେ ସାତ ଦିନ ସଙ୍ଗରୋଧରେ ରହିଥିଲେ ଏବଂ ତାଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସେ ପୁଣି ଥରେ ନିଜ କାମକୁ ଫେରିଥିଲେ।

ଦୁଇ ମାସ ପରେ ଅର୍ଥାତ୍‌ ଅକ୍ଟୋବରର ଦ୍ୱିତୀୟ ସପ୍ତାହରେ ଡାକ୍ତରଙ୍କଠାରେ ପୁଣି ଥରେ କରୋନା ଲକ୍ଷଣ ଦେଖାଦେଇଥିଲା। ତେବେ ଏହି ଡାକ୍ତରଙ୍କ ପରିଚୟ କେବଳ ଡାକ୍ତର ଦାସ ଭାବରେ ଦିଆଯାଇଛି। ଡାକ୍ତରଙ୍କ ବୟସ ପ୍ରକାଶ କରାଯାଇ ନାହିଁ ଏବଂ ତାଙ୍କର ପୂର୍ବରୁ ଅନ୍ୟ କୌଣସି ରୋଗ ଥିଲା କି ନାହିଁ ସେ ବିଷୟରେ ମଧ୍ୟ କୌଣସି ସ୍ପଷ୍ଟୀକରଣ ମିଳିପାରି ନାହିଁ।

Leave A Reply

Your email address will not be published.