Latest Odisha News

BREAKING NEWS

IPL ପ୍ଲେ ଅଫରେ ମୁମ୍ୱାଇ ଇଣ୍ଡିଆନ୍ସ

ଦୁବାଇ: ପ୍ରଥମ ଟିମ୍ ଭାବରେ ଚଳିତ ଆଇପିଏଲ୍ ପ୍ଲେ ଅଫରେ ପ୍ରବେଶ କରିଛି ମୁମ୍ୱାଇ ଇଣ୍ଡିଆନ୍ସ । କୋଲକାତା ନାଇଟ୍ ରାଇଡର୍ସକୁ ଚେନ୍ନାଇ ସୁପରକିଙ୍ଗସ ୬ ଓ୍ୱିକେଟରେ ପରାସ୍ତ କରିବା ପରେ ମୁମ୍ୱାଇ ପ୍ଲେ ଅଫକୁ ଉନ୍ନୀତ ହୋଇଛି ।

ଚଳିତବର୍ଷ ଆଇପିଏଲର ୪୯ତମ ମ୍ୟାଚ ଖେଳିବା ପରେ ପ୍ରଥମ ପ୍ଲେ ଅଫ୍ ଟିମ୍ ସାମନାକୁ ଆସିଛି । ଡିଫେଣ୍ଡିଂ ଚାମ୍ପିଅନ ମୁମ୍ୱାଇ ବର୍ତ୍ତମାନ ସୁଦ୍ଧା ୧୨ଟି ମ୍ୟାଚ ଖେଳି ୮ଟିରେ ବିଜୟୀ ହୋଇଥିବା ବେଳେ ହାରିଛି ୪ଟି ମ୍ୟାଚ୍ । ମୋଟ୍ ୧୬ ପଏଣ୍ଟ ସହ ତାଲିକାର ଏକ ନମ୍ୱର ସ୍ଥାନରେ ରହିଛି ।

ଗତକାଲି ଚେନ୍ନାଇ କୋଲକାତାକୁ ହରାଇଥିଲେ ବି ଆଇପିଏଲ୍ ପ୍ଲେ ଅଫ୍ ରେସରୁ ବାଦ ପଡ଼ି ସାରିଛି । ସେପଟେ କୋଲକାତା ହାତରେ ଆଉ ଗୋଟିଏ ମ୍ୟାଚ ବାକି ଅଛି ।

Leave A Reply

Your email address will not be published.