Latest Odisha News

BREAKING NEWS

କରୋନା କବଳରେ ଭାରତ; ବଢୁଛି ମୃତକଙ୍କ ସଂଖ୍ୟା; ଜାଣନ୍ତୁ କେଉଁ ରାଜ୍ୟରେ କେତେ?

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୧୯୬୫ରେ ପହଞ୍ଚିଥିବା ନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଦିନ ପ୍ରକାଶ କରାଯାଇଛି ।

ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୭୬୪ଟି ଆକ୍ଟିଭ କେସ୍ ଏବଂ ୧୫୧ ଜଣ ଚିକିତ୍ସିତ ରୋଗୀ ଡିସଚାର୍ଜ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି।

ତେବେ କେଉଁ ରାଜ୍ୟରେ ମୃତକଙ୍କ ସଂଖ୍ୟା କେତେ ସେନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟିଭିରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଉକ୍ତ ରିପୋର୍ଟ ଅନୁଯାୟୀ

ମହାରାଷ୍ଟ୍ର – ୧୩
ଗୁଜୁରାଟ – ୬
କର୍ଣ୍ଣାଟକ – ୩
ମଧ୍ୟପ୍ରଦେଶ – ୬
ଉତ୍ତରପ୍ରଦେଶ – ୨
ପଞ୍ଜାବ – ୪
ତେଲେଙ୍ଗାନା – ୩
ପଶ୍ଚିମବଙ୍ଗ – ୩
ଦିଲ୍ଲୀ – ୨
ଜାମ୍ମୁ କାଶ୍ମୀର -୨
କେରଳ – ୨

ଏହାବ୍ୟତିତ ତାମିଲନାଡୁ, ବିହାର ଓ ହିମାଚଳ ପ୍ରଦେଶରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.