Latest Odisha News

BREAKING NEWS

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ହଜାର ଅତିକ୍ରମ କଲା, ମୃତ୍ୟୁ ସଂଖ୍ୟା ୬୮୧ରେ ଛୁଇଁଲା

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କାୟା ବିସ୍ତାର କରୁଛି କରୋନା । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୧ ହଜାର ୩୯୩ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୮୬ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ,  ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୬୮୧ରେ ପହଞ୍ଚିଛି ।

ସେପଟେ ୧୬ ହଜାର ୪୫୪ ସଂକ୍ରମିତଙ୍କର ଚିକିତ୍ସା ଚାଲିଛି । ୪୨୫୭  ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ।

ମହାରଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ରାଜସ୍ଥାନ ଓ ତାମିଲନାଡୁରେ ସର୍ବାଧିକ କରୋନା ରୋଗୀ ଚିହ୍ôନଟ ହୋଇଛନ୍ତି । ମୁମ୍ବାଇରେ କେବଳ ପାଞ୍ଚ ହଜାରରୁ ଅଧିକ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଗୁଜରାଟ ଓ ଦିଲ୍ଲୀରେ ଦୁଇ ହଜାରରୁ ଅଧିକ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.