Latest Odisha News

ବିଷାକ୍ତ ଛତୁ ଖାଇ ଜଣେ ମୃତ, ୩ ଗୁରୁତର

ସମ୍ବଲପୁର: ସମ୍ବଲପୁରର କିସିଣ୍ଡା ଥାନା ହିରାଲୋଇ ଗାଁରେ ଅଘଟଣ । ବିଷାକ୍ତ ଛତୁ ଖାଇ ୨ଟି ପରିବାରର ୩ଜଣ ଗୁରୁତର ହୋଇଥିବାବେଳେ ଜଣଙ୍କ ମୃତ ହୋଇଛି । ୨ଜଣ ଗୁରୁତର ସମ୍ବଲପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଏବଂ ଅନ୍ୟ ଜଣେ ଗୁରୁତରଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ହିରୋଲାଇ ଗାଁର ଜଣେ ବୃଦ୍ଧ ଜଙ୍ଗଲରୁ ଛତୁ ଆଣି ରୋଷେଇ କରିଥିଲେ । ଏବଂ ତାଙ୍କ ପଡୋଶୀ ଘରକୁ ମଧ୍ୟ ଛତୁ ଖାଇବାକୁ ଦେଇଥିଲେ । ଛତୁ ଖାଇବା ଦ୍ୱାରା ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ହୋଇପଡିଛି । ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ପଡୋଶୀ ଘରର ୨ ପିଲାଙ୍କ ଅବସ୍ଥା ଗୁରୁତର ଥିବାବେଳେ ସେମାନେ ସମ୍ବଲପୁର ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି ଏବଂ ଅବସ୍ଥା ସୁଧୁରିଥିବା ଜଣାପଡିଛି । ତେବେ ଛତୁ ବିଷାକ୍ତ ହୋଇଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.