Latest Odisha News

BREAKING NEWS

କରୋନା ପୁନଃ ସଂକ୍ରମଣ ମାମଲା ଚିନ୍ତା ବଢାଇଲା; ବ୍ରିଟେନ୍‌ରେ ପୁଣି ଜାରି ହେଲା ଲକ୍‌ଡାଉନ୍‌

ଲଣ୍ଡନ: କରୋନା ଭୂତାଣୁ ପୂନଃ ସଂକ୍ରମଣ ମାମଲା ଏବେ ଲଣ୍ଡନ୍‌ରେ ଚିନ୍ତା ବଢ଼ାଇ ଦେଇଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ଶୁକ୍ରବାର ଠାରୁ ଲଣ୍ଡନ୍‌ର କେତେକ ଜରୁରୀ ସ୍ଥାନରେ କଡା ଲକଡାଉନ୍ ଜାରି କରିଛନ୍ତି। ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ର ୱେଲ୍ସରେ ମଧ୍ୟ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପ୍ରକ୍ରିୟା ଲାଗୁ କରାଯାଇଛି।

କୋଭିଡ -୧୯ ପାଇଁ ବ୍ରିଟେନ୍‌ ସରକାର ତୃତୀୟ ପର୍ଯ୍ୟାୟ ସତର୍କ ସୂଚନା ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀ‌ରେ ଲୋକଙ୍କ ମଧ୍ୟରେ ମିଳାମିଶା ଉପରେ ରୋକ୍‌ ଲଗାଯାଇଛି। ଏହା ସହିତ ପପ୍‌ ଏବଂ ବାର୍ ମଧ୍ୟ  ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବର୍ଗ ଅଧୀନରେ ଥିବା ଅନେକ କ୍ଷେତ୍ରରେ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି।

Comments are closed.