Latest Odisha News

BREAKING NEWS

ଥମୁନି କରୋନା ଭାଇରସ; କେରଳରେ ୫ ପଜିଟିଭ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢୁଥିବା ବେଳେ ରବିବାର ଦିନ କେରଳରେ ଆଉ ୫ ଜଣଙ୍କୁ ଚିହ୍ନଟ କରାଯାଇଛି ।

ଏମାନଙ୍କ ମଧ୍ୟରୁ ୩ ଜଣ ନିକଟ ଅତୀତରେ ଇଟାଲିରୁ ଫେରିଥିଲେ । ଏହି ବ୍ୟକ୍ତିମାନଙ୍କୁ ବର୍ତ୍ତମାନ ସମୟରେ କେରଳର ଏକ ସ୍ଥାନୀୟ ମେଡିକାଲର ଆଇସୋଲେସନ୍ ୱାର୍ଡରେ ରଖାଯାଇଛି ବୋଲି କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ କେକେ ଶୈଲଜା ସୂଚନା ଦେଇଛନ୍ତି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଏମାନଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯ରେ ପହଁଚିଛି । ଏହି ୫ ଜଣଙ୍କ ମଧ୍ୟରୁ ୩ ଜଣ ଇଟାଲିରୁ ଫେରିଥିବା ବେଳେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି । ଅନ୍ୟ ୨ଜଣଙ୍କ ପଥନମଥିତାରେ ଚିହ୍ନଟ କରାଯାଇଛି ।

Leave A Reply

Your email address will not be published.