Latest Odisha News

BREAKING NEWS

ଆବେୱେଷ୍ଟ ସର୍ଭିସେସ୍ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର : ଦକ୍ଷତା ବିକାଶ ପ୍ରଶିକ୍ଷଣ ସଂସ୍ଥା ଆବେୱେଷ୍ଟ ସର୍ଭିସେସ୍ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଲୁମ୍ବିନ ବିହାର ସ୍ଥିତ ନିଜ ଅନୁଷ୍ଠାନ ପରିସରରେ ଏକ ସଚେତନାମୂଳକ ପଦଯାତ୍ରା କରାଯାଇଛି । ୧୦୦ରୁ ଅଧିକ ଛାତ୍ରୀ ମାନେ ଏକ ପଦଯାତ୍ରାରେ ସାମିଲ ହୋଇ ମହିଳାମାନଙ୍କର ସାମାଜିକ ,ରାଜନୈତିକ ଏବଂ ଅର୍ଥନୈତିକ ସଫଳତାକୁ ଏକ ପଦଯାତ୍ରା ମାଧ୍ୟମରେ ଜନସାଧାରଣ ମାନଙ୍କୁ ସଚେତନ କରିଯାଇଥିଲା । ଛାତ୍ରୀ ମାନେ ଅନେକ ମହିଳା ଅଶିକ୍ଷା, ବାଳ୍ୟ ବିବାହ, ଯୈøତୁକ ହତ୍ୟା , ଘରୋଇ ହିଂସା ଭଳି ସମସ୍ୟା ବିଷୟରେ ଲୋକମାନଙ୍କୁ ଜାଗୃତ କରାଯାଇଥିଲା

ମହିଳାମାନଙ୍କର ସପଳତାକୁ ଆଲୋକପାତ କରିବା ପାଇଁ ସମଗ୍ର ବିଶ୍ୱରେ ସରକାର,ସ୍ୱେଚ୍ଛାସେବି ସଂଗଠନ ଆଦି ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ମହିଳା ଦିବସ ପାଳନ କରାଯାଏ । ଆମ ଦେଶର ମୋଟ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧାଂଶ ହେଉଛନ୍ତି ମହିଳା ।ଏଣୁ ଆମ ଦେଶରେ ପ୍ରଗତି ନିମେନ୍ତ ମହିଳାମାନଙ୍କୁ ସାମାଜିକ ,ରାଜନୈତିକ ଏବଂ ଅର୍ଥନୈତିକ ଭାବେ ସଶକ୍ତିକରଣ କରିବାର ଆବଶ୍ୟକତା ରହିଛି ।ସମାଜରେ ନାରୀ ନିଜକୁ ସୁରକ୍ଷିତ କିପରି ମଣିପାରିଲେ ହିଁ ,ଆତ୍ମନିର୍ଭରଶୀଳ କରି ପାରିଲେ ସମାଜର ପ୍ରଗତିର ଯୋଗଦାନ କରିପାରିବ ।

ଏସବୁ ପରେ ମଧ୍ୟ ଆମ ସମାଜରେ ଆନେକ ମହିଳା ବିଭିନ୍ନ ପ୍ରକାରର ଶୋଷଣର ଶିକାର ହେଉଛନ୍ତି ।ଏଥିପାଇଁ ଲୋକଙ୍କ ମାନସିକତାରେ ପରିବର୍ତନ ଆସିବା ନିହାତି ଆବଶ୍ୟକତା ରହିଛି । ମହିଳାମାନଙ୍କର ବିଭିନ୍ନ ସମସ୍ୟା ପ୍ରତି ଆମକୁ ସମ୍ବେଦନଶୀଳ ହେବାକୁ ପଡିବ । ଆଜି ମଧ୍ୟ ଶୋଷଣର ଶିକାର ହେଉଥିବା ମହିଳାଟି ଏହାର ପ୍ରତିରୋଧ କରିବାରେ କୁଣ୍ଠାବୋଧ କରିଥାନ୍ତି ।

ଏହି ଅବସରରେ ଆବେୱେଷ୍ଟସର୍ଭିସେସ୍ ପ୍ରାଇଭେଟ ଲିମିଟେଡ ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ପୃଥୀରାଜ ଦାସ କହିଥିଲେ ଯେ ପିଲାଟି ବେଳରୁ ଯଦି ଆମେ ମହିଳାଙ୍କୁ କିପରି ବ୍ୟବହାର କରାଯିବ ତଥା ସମ୍ମାନ ଦିଆଯିବ ସେ ସମ୍ପର୍କରେ ଶିଖାଇ ପାରିଲେ ହୁଏତ ଆଗମୀ ପୀଢିି ମହିଳାଙ୍କ ପ୍ରତି ସମ୍ବେଦନଶୀଳ ହେବ । ଏହା ସହିତ ମହିଳାମାନେ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଆଇନ୍ କାନୁନ କଠୋର କରିବାକୁ ପଡିବ ।

Leave A Reply

Your email address will not be published.