Latest Odisha News

BREAKING NEWS

ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ ମିଲିୟନ୍‌ ପାର୍‌

ନୂଆଦିଲ୍ଲୀ: କରୋନା ଭାଇରସ୍ ସାରା ବିଶ୍ୱରେ କ୍ରମାଗତ ଭାବେ ବିପଦ ସୃଷ୍ଟି କରିବାରେ ଲାଗିଛି। ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ କୋଟି ଅତିକ୍ରମ କରିସାରିଛି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ କରୋନା ମହାମାରୀ ଦ୍ୱାରା ୫୦,୩୨୫,୦୭୨ ଲୋକ ସଂକ୍ରମିତ ହୋଇଛନ୍ତି। ୧,୨୫୫,୪୮୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆମେରିକା ପରେ ୟୁରୋପରେ କରୋନା ଭାଇରସ୍‌ର ଦ୍ୱିତୀୟ ତରଙ୍ଗ ଦେଖିବାକୁ ମିଳିଛି। ଏଠାରେ କରୋନା ପୁନଃସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢୁଥିବା ଦେଖିବାକୁ ମିଳିଛି।

ସର୍ବାଧିକ କରୋନା ସଂକ୍ରମିତ ଦେଶ ମଧ୍ୟରେ ଆମେରିକା ସର୍ବପ୍ରଥମ ରହିଥିବା ବେଳେ ଭାରତ, ବ୍ରାଜିଲ୍‌ ଫ୍ରାନ୍ସ, ରୁଷ୍‌, ସ୍ପେନ୍‌, ଆ‌ର୍ଜେଣ୍ଟିନା, ୟୁକେ ଆଦି ରାଷ୍ଟ୍ରମାନଙ୍କରେ କରୋନାର ପ୍ରକେ‌ାପ ଅଧିକ ରହିଥିବା ଜଣାପଡ଼ିଛି।

Leave A Reply

Your email address will not be published.