Latest Odisha News

BREAKING NEWS

ଖବରକାଗଜ ଦ୍ୱାରା କରୋନା ଭୂତାଣୁ ବ୍ୟାପେ ନାହିଁ; କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଖବରକାଗଜ ଦ୍ୱାରା କରୋନା ଭୂତାଣୁ ବ୍ୟାପେ ନାହିଁ ଏବଂ ଏହା ସୁରକ୍ଷିତ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ)ର କୋଭିଡ୍ ୧୯ କରୋନା ଭୂତାଣୁ ଗାଇଡ୍ ଲାଇନ ଅନୁଯାୟୀ ମଙ୍ଗଳବାର ଦିନ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ମାନଙ୍କୁ ଏକ ସର୍କୁଲାର୍ ଜାରି କରିଛନ୍ତି ।

ଏବେ ଜନସାଧାରଣ ଦେଶରେ ଲକଡାଉନ ଲାଗି ଘରୁ ବାହାରି ପାରୁ ନାହାନ୍ତି । ଖବରକାଗଜ ଘରେ ଆସି ପହଞ୍ଚୁଥିବାରୁ ଭୟଭୀତ ହୋଇ କିଛି ଜନସାଧାରଣ ଏହାକୁ ବନ୍ଦ କରିଦେଇଛନ୍ତି । ମାତ୍ର ଖବରକାଗଜ ଯୋଗୁଁ ଭୟଭିତ ହେବା ଆବଶ୍ୟକ ନୁହେଁ । ଏହିପରି ଏକ ପରିସ୍ଥିତିରେ ଖବରକାଗଜ ମାଧ୍ୟମରେ ଲୋକମାନେ ସମସ୍ତ ଖବର ହାସଲ କରିବା ଉଚିତ୍ । ତେଣୁ ଘରକୁ ଖବରକାଗଜ ବନ୍ଦ କରିବା ଅନାବଶ୍ୟକ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ।

ପ୍ରିଣ୍ଟମିଡ଼ିଆ ଓ ଇଲେକ୍ଟ୍ରୋନିକ ମିଡ଼ିଆ ମାଧ୍ୟମରେ ବିଭିନ୍ନ ଗୁଜବ ଏବଂ ମିଥ୍ୟା ଅପପ୍ରଚାରକୁ ରୋକଯାଇ ପାରିବା ସହିତ ଜନସାଧାରଣଙ୍କ ନିକଟରେ ସଚେତନତାର ବାର୍ତ୍ତା ଖୁବ ଶିଘ୍ର ପହଞ୍ଚିପାରୁଛି । ତେଣୁ ଏହାର ଆବଶ୍ୟକତାର ନିତାନ୍ତ ଜରୁରୀ ।

ଜନସାଧାରଣଙ୍କ ନିକଟରେ କିପରି ଖବରକାଗଜ ସୁବିଧାରେ ପହଞ୍ଚିପାରିବ ସେଥିଲାଗି କେନ୍ଦ୍ର ସରକାର ସମସ୍ତ ରାଜ୍ୟର ମୁଖ୍ୟ ସଚିବ ମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ଏନେଇ ସର୍କୁଲାର୍ ଜାରି କରିଛନ୍ତି ।

Comments are closed.