Latest Odisha News

୩୦ ହଜାର ନିମ୍ନ ବେତନଧାରୀଙ୍କୁ ଦୁଇଟି କିସ୍ତିରେ ମିଳିବ ପଇସା : ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ୍

ମୁମ୍ବାଇ: ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ୍ କରୋନା ମହାମାରୀ ବିରୋଧରେ ଅନେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି ।

ବିଜିନେସ୍ ଇନ୍‌ସାଇଡର୍ ର ରିପୋର୍ଟ ଅନୁଯାୟୀ, ନିଜ କର୍ମଚାରୀଙ୍କୁ ଆର୍ଥିକ ସଙ୍କଟରୁ ମୁକ୍ତି ଦେବା ପାଇଁ ଯେଉଁମାନଙ୍କର ଦରମା ୩୦ହଜାର ତଳକୁ ରହିଛି, ସେମାନଙ୍କୁ ମାସକୁ ଦୁଇଥର ଦରମା ଦେବା ପାଇଁ RIL ସ୍ଥିର କରିଛି ।

ଜିଓ ନେଟୱାର୍କ, ପେଟ୍ରୋଲିୟମ୍ ଓ ଗ୍ରସରି ଆଉଟ୍‌ଲେଟ୍ ଭଳି ଦରକାରୀ ସେକ୍ଟର୍‌କୁ ବାଦ୍ ଦେଲେ ଅନ୍ୟ ସମସ୍ତ ସେକ୍ଟର୍‌ର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ମିଳିଛି ।

ତେବେ ଖାଲି ସ୍ଥାୟୀ କର୍ମଚାରୀ ନୁହେଁ ବରଂ ଠିକା କର୍ମଚାରୀଙ୍କୁ ମଧ୍ୟ ବିନା କାମରେ ପାରିଶ୍ରମିକ ଦେବା ନେଇ ରିଲାଏନ୍ସ ଯୋଜନା କରିଛି ।

କରୋନାଭାଇରସ୍ ବିରୋଧୀ ଅଭିଯାନରେ ରିଲାଏନ୍ସ ଆଉ ପାଦେ ଆଗେଇ ମହାରାଷ୍ଟ୍ରଠାରେ ଏକ ହସ୍ପିଟାଲ ସ୍ଥାପନ କରିଛି । ଯାହା କେବଳ କୋଭିଡ-୧୯ ସଂକ୍ରମିତଙ୍କ ପାଇଁ ଉଦ୍ଧିଷ୍ଟ ।

ନ୍ୟୁଜ ଏଜେନ୍ସି ANI ଅନୁଯାୟୀ ସାର୍ ଏଚ୍‌. ଏନ୍ ଫାଉଣ୍ଡେସନ୍ ହସ୍ପିଟାଲ ଭାବେ ନାମିତ ଏହି ହସ୍ପିଟାଲ ରିଲାଏନ୍ସ ଫାଉଣ୍ଡେସନ୍ ଓ ବ୍ରିହାନ୍‌ମୁମ୍ବାଇ ମୁନିସିପାଲ୍ କର୍ପୋରେସନ୍‌ର ସହଯୋଗୀତାରେ ସ୍ଥାପନ କରାଯାଇଛି ।

Leave A Reply

Your email address will not be published.