Latest Odisha News

BREAKING NEWS

ଶେୟାର ବଜାରରେ ହାହାକାର: ନିବେଶକଙ୍କ ୧୧ଲକ୍ଷ କୋଟି ବୁଡିଲାଣି

ନୂଆଦିଲ୍ଲୀ : ସମଗ୍ର ବିଶ୍ୱର ସେୟାର ବଜାର ଉପରେ କରୋନାର ପ୍ରଭାବ ପଡିଛି । ଗୁରୁବାର ଭାରତର ଶେୟାର ବଜାରରେ ଐତିହାସିକ ହ୍ରାସ ଦେଖିବାକୁ ମିଳିଛି । ପ୍ରାରମ୍ଭିକ ଆକଳନ ଅନୁସାରେ ନିବେଶକମାନଙ୍କର ପ୍ର୍ରାୟ ୧୧ ଲକ୍ଷ କୋଟି ଟଙ୍କା ବୁଡିଗଲାଣି ।  ଗୁରୁବାର ଆରମ୍ଭରୁ ସେନସେକ୍ସ-ନିଫ୍ଟି ହ୍ରାସ ପାଇଥିଲା। ସେନସେକ୍ସ ୨,୯୧୯.୨୬ ପଏଣ୍ଟ ଅବା ୮.୧୮ ପ୍ରତିଶତ ହ୍ରାସ ପାଇ ୩୨,୭୭୮.୧୪ରେ ବନ୍ଦ ହୋଇଛି। ଏହା ସହିତ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୮୨୫.୩୦ ପଏଣ୍ଟ ଅବା ୭.୮୯ ପ୍ରତିଶତ ହ୍ରାସ ପାଇ ୯,୬୩୩.୧୦ରେ ବନ୍ଦ ହୋଇ ଯାଇଛି। ସେୟାର ବଜାରରେ ସର୍ବକାଳୀନ ହ୍ରାସ ଯୋଗୁଁ ନିବେଶକମାନେ ୧୧.୪୨ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ବିଏସ୍ଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜିକରଣ ବୁଧବାର ଦିନ ବାଣିଜ୍ୟ ଶେଷରେ ୧୩୭ ଲକ୍ଷ କୋଟି ଟଙ୍କା ଥିଲା ଯାହା ଗୁରୁବାର ଦିନ ୧୨୬ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି।

୨୦୦୮ପରେ ପ୍ରଥମ ଥର ପାଇଁ ସେନସେକ୍ସରେ ଏତେ ବଡ଼ ଧରଣର ହ୍ରାସ ଘଟିଛି। ଗତ ସାତ ଦିନ ମଧ୍ୟରେ ସେନସେକ୍ସ ପ୍ରାୟ ୧୫ ପ୍ରତିଶତ ହ୍ରାସ ପାଇଛି। ୨୦୧୭ ପରଠାରୁ ପ୍ରଥମ ଥର ନିଫ୍ଟି ୯,୬୦୦ ପହଞ୍ଚିଛି।

Leave A Reply

Your email address will not be published.