Latest Odisha News

BREAKING NEWS

କରୋନା ଭାଇରସ୍ ଆତଙ୍କ; ରାଜ୍ୟର ସମସ୍ତ ସ୍କୁଲକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର: କରୋନା ଭାଇରସ୍ ପ୍ରଭାବରେ ଚୀନରେ ୬୩୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଏନେଇ ଶୁକ୍ରବାର ଦିନ ରାଜ୍ୟର ସମସ୍ତ ସ୍କୁଲ ଗୁଡିକୁ ସତର୍କ ରହିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି ।

ଯଦି କୌଣସି ଛାତ୍ରଛାତ୍ରୀମାନଙ୍କୁ କାଶ କିମ୍ବା ଛିଙ୍କ ହୁଏ, ତାହେଲେ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର ତଥା ରୁମାଲର ବ୍ୟବହାର ପାଇଁ ସେମାନଙ୍କୁ ପ୍ରେତ୍ସାହିତ କରିବା ଲାଗି ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

“ଜ୍ୱର, କାଶ ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା କରୋନା ଭାଇରସର ଲକ୍ଷଣ । ଏଯାବତ୍ କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ କୌଣସି ଟିକା କିମ୍ବା ଉପଚାର ମିଳିନାହିଁ । ସେଥିପାଇଁ ସତର୍କତା ହିଁ ପ୍ରମୁଖ ଉପଚାର” ବୋଲି ଉକ୍ତ ଆଡଭାଇଜରିରେ ଉଲ୍ଲେଖ ରହିଛି ।

ବ୍ଲକ୍ ଶିକ୍ଷାଧିକାରୀ (ବିଇଓ) ଓ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ)ଙ୍କୁ ସ୍କୁଲରେ ଲାଗୁକରାଯାଉଥିବା ପଦକ୍ଷେପର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡ. ହର ପଟ୍ଟନାୟକ କହିଛନ୍ତି, ବନ୍ଦର ଓ ଏୟାରପୋର୍ଟ ଗୁଡିକରେ ଏନେଇ ବିଶେଷ ସତର୍କତା ଅବଲମ୍ବନ କରାଯାଉଛି । “ଏବେ ଯାଏଁ ଓଡିଶାରେ କରୋନା ଭାଇରସ ସଂକ୍ରମଣର କୌଣସି ମାମଲା ନଜରକୁ ଆସିନାହିଁ । ଖାସକରି ଆମେ ବିଦେଶୀ ଯାତ୍ରୀ ତଥା ଚୀନ ଓ ହଂକଂରୁ ଆସୁଥିବା ବ୍ୟକ୍ତିମାନଙ୍କ ଉପରେ କଡ଼ା ନଜର ରଖିଛୁ” ।

Leave A Reply

Your email address will not be published.