କେନ୍ଦ୍ରାପଡା: ରାଜ୍ୟରେ କରୋନାଭଇରସର ସଂକ୍ରମଣକୁ ଏଡାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ସେଥିପାଇଁ ମାର୍ଚ୍ଚ ୩୧ ଯାଏଁ କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ।
ପରିବେଶ ଓ ବନ ବିଭାଗ କରୋନାଭାଇରସ(କୋଭିଡ-୧୯)ର ପ୍ରସାରକୁ ଯାଂଚ କରିବା ପାଇଁ ମଙ୍ଗଳବାର ଦିନ ଠାରୁ ପ୍ରତିବନ୍ଧକ ଲଗାଇଛନ୍ତି । ଭିତରକନିକା ରେଞ୍ଜ ଅଧିକାରୀ ସୁଶ୍ରୀ ସ୍ୱାତୀ ମହାନ୍ତି କହିଛନ୍ତି, “ଏହି ସମୟରେ କୌଣସି ପର୍ଯ୍ୟଟକଙ୍କୁ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ଯିବାକୁ ଅନୁମତି ଦିଆଯିବ ନାହିଁ ।”
ଓଡିଶା ସରକାର ପୂର୍ବରୁ ଜନଗହଳିକୁ କେନ୍ଦ୍ର କରି ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟ ଗତ ୨ଦିନ ହେବ ବନ୍ଦ ରହିଛି ।
Comments are closed.