ଢେଙ୍କାନାଳ: କରୋନାଭାଇରସ୍ ଭୟ ଦିନକୁ ଦିନ ବଢୁଥିବା ବେଳେ ବଜାରରେ ମାସ୍କର ଚାହିଦା ଓ ଅଭାବ ମଧ୍ୟ ଦେଖାଯାଉଛି । ଯାହାଫଳରେ ଏହାକୁ ନଜରରେ ରଖି ଓଡିଶାର ଜଣେ ବ୍ୟକ୍ତି ମାସ୍କ ଉତ୍ପାଦନ ଆରମ୍ଭ କରିବା ସହ ମାତ୍ର ୧୫ ଟଙ୍କାରେ ବିକ୍ରି କରିଛନ୍ତି ।
ସମ୍ପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ସ୍ଥାନୀୟ ଗଣେଶ ବଜାରର ୩୫ ବର୍ଷିୟା ବିଶ୍ୱ ରଂଜନ କଲ୍ୟାଣ କୁମାର ସେଠୀ। ଟିଏନଆଇ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ସେ ତାଙ୍କ ଦୁଇ ପୁଅଙ୍କ ନାମରେ ନାମିତ ବିଏସ୍ କ୍ରିଏସନ୍ ବ୍ୟାନରରେ ନିଜର ମାସ୍କ ବିକ୍ରି କରନ୍ତି।
ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ ଯୋଗାଯୋଗରେ ବିଟେକ ପ୍ରାପ୍ତ ଏହି ବ୍ୟକ୍ତି ବିଭିନ୍ନ କମ୍ପାନୀକୁ ଡ୍ରେସ ସାମଗ୍ରୀର ଡିଜାଇନ୍ ଏବଂ ସେଲିଂ ବ୍ୟବସାୟରେ କାର୍ଯ୍ୟରତ । ଏନେଇ ସେ କୁହନ୍ତି ଯେ ଏହି ପଦକ୍ଷେପ ଲାଭ ପାଇଁ ନୁହେଁ ବରଂ ବଜାରରେ ୬୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀ କମ୍ ମୂଲ୍ୟରେ ଲୋକଙ୍କୁ ଯୋଗାଇବା ।
ଏହି ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି, ଚାରି ଜଣ ବ୍ୟକ୍ତି ତାଙ୍କ ଘରେ କାମ କରିବା ସହ ଦିନକୁ ପ୍ରାୟ ୪୦୦ ମାସ୍କ ତିଆରି କରୁଛନ୍ତି ।
Comments are closed.