ନୂଆଦିଲ୍ଲୀ: ଆଇପିଏଲକୁ ନେଇ ସସପେନ୍ସ ଜାରି । ଚଳିତ ସଂସ୍କରଣ ଖେଳାଯିବ କି ନାହିଁ ? କରୋନାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆଜି ଆଇପିଏଲ୍ ଫ୍ରାଞ୍ଚାଇଜିଙ୍କ ସହ କନଫରେନ୍ସ କଲକୁ ବାତିଲ କରିଛି ବିସିସିଆଇ । ଏହି ବୈଠକରେ ଆଇପିଏଲ୍ ଆୟୋଜନ ନେଇ ବିସିସଆଇ ଓ ଟିମ୍ ମାଲିକଙ୍କ ଭିତରେ ଆଲୋଚନା ହେବାର ଥିଲା । କିନ୍ତୁ କରୋନା ମହାମାରୀ ଯେଭଳି ଭାରତରେ କାୟା ମେଲାଉଛି ଓ ବର୍ତ୍ତମାନର ସ୍ଥିତି ଠିକଠାକ ନଥିବାରୁ କନଫରେନ୍ସ କଲକୁ ବାତିଲ କରିଛି ବିସିସିଆଇ । କୁହାଯାଉଛି ଚଳିତ ସପ୍ତାହ ଶେଷ ସୁଦ୍ଧା ଆଲୋଚନା ହୋଇପାରେ। ଏଭଳି ସ୍ଥିତିରେ ଚଳିତ ଆଇପିଏଲ୍ ସଂସ୍କରଣ ଆୟୋଜନ ନେଇ ଆଶଙ୍କା ବଢିଛି । ଏମିତି ବି କରୋନା ପାଇଁ ଦେଶରେ ବହୁ ବଡ଼ ବଡ କ୍ରୀଡା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି।
BREAKING NEWS
- ଏପ୍ରିଲ ୨ରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ, ବାହାରିବ ପ୍ରଥମ ରୁ ନବମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଫଳ
- ଓଡ଼ିଶାରେ ବେକାରି ସଂଖ୍ୟା ଅଧିକ: ଆଇଏଲଓ ରିପୋର୍ଟ
- ମୁଖତାର ଅନସାରୀ ମୃତ୍ୟୁକୁ ନେଇ ଚୁପ୍ ରହିଲେ ସାଂସଦ ରବି କିଶାନ, ଜାଣନ୍ତୁ କ’ଣ କହିଲେ ଅଭିନେତା…
- ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ଦେବେଶ; କହିଲେ,’ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ ବିଜୟ ହାସଲ କରିବି’
- ସି-ଭିଜିଲ୍ ଆପ୍ରେ ହେଲା ୭୯ ହଜାରରୁ ଅଧିକ ଅଭିଯୋଗ, ୯୯ ପ୍ରତିଶତ ହେଲା ସମାଧାନ: ନିର୍ବାଚନ ଆୟୋଗ
- ‘ପୁଣି କ୍ଷମତାକୁ ଆସିଲେ ଯୁବକଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍ ଆଣିବ ବିଜେଡି ସରକାର’
- ସର୍ବାଧିକ ସ୍ତରରେ ପହଞ୍ଚିଲା ସୁନା ଦର, ୭୦ ହଜାର ଛୁଇଁଲା
- ଏନଡିଏରେ ଯୋଗଦେବାର ୮ ମାସ ପରେ ପ୍ରଫୁଲ୍ଲ ପଟେଲଙ୍କ ବିରୋଧରେ କେସ୍ ବନ୍ଦ କଲା ସିବିଆଇ
- ଆପଣଙ୍କ ପାଖକୁ ଆସୁଛି କି ଦୂରସଞ୍ଚାର ବିଭାଗର ନାଁରେ ଧମକପୂର୍ଣ୍ଣ କଲ, ଜାଣନ୍ତୁ ସରକାରଙ୍କ ମାର୍ଗଦର୍ଶିକା
- ମୁଖତାର ଅନସାରୀ ମୃତ୍ୟୁ ଘଟଣା: ‘ମୁଁ ଆଜି ନ୍ୟାୟ ପାଇଲି’ କହିଲେ ପୂର୍ବତନ ବିଧାୟକ କୃଷ୍ଣାନନ୍ଦଙ୍କ ପତ୍ନୀ