Latest Odisha News

କରୋନା ସତର୍କତା: ମୋଦୀଙ୍କ ପ୍ରଶଂସାକୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଲେ ନବୀନ

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ରୋକିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ବିଭିନ୍ନ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେହିପରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ପ୍ରଶଂସାକୁ ଟ୍ୱିଟ୍ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି ନବୀନ ।

ଏଠାରେ ସୂଚନାଯୋଗ୍ୟ, ବିଦେଶରୁ ଫେରିଥିବା ଗୀତା ମେହେଟ୍ଟାଙ୍କ ନାମ ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ପୋର୍ଟାଲରେ ପଞ୍ଜିକରଣ କରିବାର ସୂଚନା ନେଇ ନବୀନଙ୍କ ଟ୍ୱିଟ୍‌କୁ ମୋଦୀ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ନବୀନଙ୍କୁ ଟ୍ୱିଟ୍ କରି ଲେଖିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ଅନ୍ୟମାନଙ୍କ ଲାଗି ଉଦାହରଣ ସୃଷ୍ଟି କରିଛନ୍ତି । ନବୀନଙ୍କ ଏହି ପଦକ୍ଷେପକୁ ଅନ୍ୟମାନେ ଅନୁକରଣ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । କୋଭିଡ-୧୯ର ସଂକ୍ରମଣକୁ ରୋକିବା ଲାଗି ଆମେ ସମସ୍ତେ ନିଜ ନିଜର ଦାୟିତ୍ୱ ନିର୍ବାହ କରିପାରିବା ବୋଲି ଏଥିଣେ ଉଲ୍ଲେଖ କରିଛନ୍ତି ମୋଦୀ ।

ମୋଦିଙ୍କ ଏହି ପ୍ରଶଂସା ଭରା ଟ୍ୱିଟକୁ ଏକ ଘଣ୍ଟା ମଧ୍ୟରେ ପ୍ରାୟ ଦେଢ ଲକ୍ଷରୁ ଅଧିକ ରିଟ୍ୱିଟ୍ କରିଥିବା ବେଳେ ପ୍ରାୟ ସାତ ଲକ୍ଷ ଲୋକ ଲାଇକ କରିଛନ୍ତି ।

Leave A Reply

Your email address will not be published.