Latest Odisha News

କରୋନା ଭାଇରସ: ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନର ମଣିଷଙ୍କ ଉପରେ ପ୍ରଥମ ପର୍ଯ୍ୟାୟ ପ୍ରୟୋଗ ସଫଳ

ଲଣ୍ଡନ: କରୋନା ମହାମାରୀ ମୁକାବିଲା ନେଇ ସୋମବାର ଏକ ଭଲ ଖବର ମିଳିଛି । ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନ ସିଏଚଏଡିଓଏକ୍ସ୧ଏନସିଓଭି-୧୯ର ମଣିଷଙ୍କ ଉପରେ ପ୍ରଥମ ପର୍ଯ୍ୟାୟ ପ୍ରୟୋଗ ସଫଳ ହୋଇଛି । ଅକ୍ସଫୋର୍ଡ ୟୁନିଭରସିଟ୍ ଏବଂ ଆଷ୍ଟ୍ରାଜେନିକାକୁ ନେଇ ଏକ ଭଲ ଖବର ମିଳିଛି । ଏହି ଭ୍ୟାକ୍ସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ସଫଳ ହୋଇଥିବା ଗବେଷକ ଏବଂ ବୈଜ୍ଞାନିକମାନେ ଦାବି କରିଛନ୍ତି । ପ୍ରଥମ ପରୀକ୍ଷଣର ରିପୋର୍ଟ ଅନୁସାରେ ଏହାର ସଫଳତା ହାର ବେଶ୍ ଭଲ କୌଣସି ଖରାପ ପ୍ରଭାବ ଦେଖାଇ ନାହିଁ ବୋଲି ଦାବି କରାଯାଇଛି ।  କରୋନା ଭୁତାଣୁ ବିରୋଧରେ ଲଢିବା ପାଇଁ ଏହି ଟିକା ମଣିଷ ଶରୀରର ପ୍ରତିରୋଧକ ଶକ୍ତି ବିକାଶ କରିବା ସହ ଦୁଇ ପ୍ରକାରର ଶକ୍ତି ଯୋଗାଉଛି । ଏହା ଶରୀରରେ ଆଣ୍ଟିବଡି ବିକଶିତ କରିବା ସହ ଟିସେଲ୍ ତିଆରି କରୁଛି ।

ଏହାର ପରୀକ୍ଷଣରେ ୧୦୭୭ ଜଣ ଲୋକ ସାମିଲ ହୋଇଥିଲେ । ଭ୍ୟାକ୍ସିନ ନେବା ପରେ ସେମାନଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହେଉଛି । ଏହା କରୋନା ଭାଇରସ୍ ସହ ଲଢୁଛି ।   ବ୍ରିଟେନ୍ ଏହି ଭ୍ୟାକ୍ସିନ‌ର ୧୦ କୋଟି ଡୋଜ୍ ଅର୍ଡର ଦେଇଛି । ଆସନ୍ତା ଦୁଇ ମାସ ମଧ୍ୟରେ ଏହା ସାଧାରଣ ଲୋକଙ୍କ ପାଇଁ ଉବଲବ୍ଧ ହେବ । ଭାରତରେ ସିରମ୍ ଇଣ୍ଡିଆ ଏହାର ଉତ୍ପାଦନ କରୁଛି । ସେପ୍ଟେମ୍ବର ସୁଦ୍ଧା ୬୦ କୋଟି ଟିକା ଉତ୍ପାଦନ କରିପାରିବ ବୋଲି ସିରମ୍ ଇଣ୍ଡିଆର ମୁଖ୍ୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.