Latest Odisha News

BREAKING NEWS

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେେଲେ ଆଉ ୪୫୭ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୫୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସୁସ୍ଥ ହୋଇଥିବା ୪୫୭ ଜଣଙ୍କ ମଧ୍ୟରୁ ୧୧୮ ଜଣ ଗଞ୍ଜାମରୁ, ୫୩ ନୟାଗଡରୁ, ୪୪ ଜଣ କଟକ, ସୁନ୍ଦରଗଡରୁ ୩୮, ୩୨ ଜଣ ଖୋର୍ଦ୍ଧା, ୨୨ ଜଣ ଗଜପତି, ଯାଜପୁରରୁ ୨୦, ୧୮ ନୂଆପଡାରୁ, ବାଲେଶ୍ୱରରୁ ୧୭, ମୟୂରଭଞ୍ଜରୁ ୧୫, ଅନୁଗୁଳରୁ ୧୧, କୋରାପୁଟରୁ ୧୧, କେନ୍ଦ୍ରାପଡାରୁ ୯, କେନ୍ଦୁଝରରୁ ୭, ଝାରସୁଗୁଡାରୁ ୬, ୯ ମାଲକାନଗିରି, ବୌଦ୍ଧରୁ ୫, ୪ ଜଣ ଦେବଗଡ, ସମ୍ବଲପୁର, ନବରଙ୍ଗପୁର, ସମ୍ବଲପୁରରୁ ୩ ଜଣ ଲେଖାଏଁ ଓ ବଲାଙ୍ଗିର, ରାୟଗଡ, ପୁରୀରୁ ୨ ଜଣ ଲେଖାଏଁ ଏବଂ ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳରୁ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ମୋଟ୍ ୧୮,୧୧୦ କରୋନା ମାମଲା ରହିଥିବା ବେଳେ ମୋଟ୍ ୧୨,୯୧୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୯୭ ଜଣ ମୃତ୍ୟୁବରଣ କରିଛନ୍ତି।

Leave A Reply

Your email address will not be published.