Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ନିମ୍ନ ମାନର କାମ ଯୋଗୁ ରାସ୍ତା ପାଲଟିଛି ମରଣଯନ୍ତା

ଜଗତସିଂହପୁର  : ଆସୁଛି ଅର୍ଥ। ହେଲେ କାମ ହେଉଛି ନିମ୍ନ ମାନର। ରାସ୍ତା ଖଣ୍ଡିଏପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ ହୋଇଛି। ହେଲେ ତିନି ମାସ ନପୁରୁଣୁ ରାସ୍ତା ପାଲଟିଛି ମରଣଯନ୍ତା। ଠିକାଦାର ଓ ଉପରିସ୍ଥ କର୍ମଚାରୀଙ୍କ ଯୋଗୁ ଅର୍ଥହେରଫେର ହୋଇଥିବା ବେଳେ ରାସ୍ତା କାମରେ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି । ଦେଖିବା ଜଗତସିଂହପୁର ସଅଁରା ପଞ୍ଚାୟତରୁ ଏହି ରିପୋର୍ଟ. . .

ଫେଲ୍ ମାରୁଛି ସରକାରୀ ଯୋଜନା। ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ଆସୁଛି ହେଲେ କିଛି ଅସାଧୁ କର୍ମଚାରୀ ହେଉଛନ୍ତି ମାଲାମାଲ। ଲାଗିପାରୁନି ଲୋକଙ୍କ କାମରେ। ଏମିତି କିଛି ଦୃଶ୍ୟ ଜଗତସିଂପୁର ସଅଁରା ପଞ୍ଚାୟତରେ ଦେଖିବାକୁ ମିଳିଛି। ରାସ୍ତା କାମ ପାଇଁ ଅର୍ଥ ଆସିଥିଲେ ବି ତାହା କାମରେ ଲାଗିପାରିନି। ନିମ୍ନ ମାନର କାମ କରାଯାଇଥିବା ବେଳେ ରାସ୍ତା ଖୋଳି ହୋଇଗଲାଣି। ତିନି ମାସ ନପୁରୁଣୁ ରାସ୍ତା ଯେମିତି ବିପଦସଙ୍କୁଳ ପାଲଟିଛି। ସମସ୍ୟା ନେଇ ବହୁବାର ଜଣାଯାଇଛି। େହେଲେ ଏହିଭଳି କିଛି ଅଭିଯୋଗ ଆସିନଥିବା ମିଳିଛି ଉତ୍ତର।

ସେପଟେ ବିଲ୍ କରାଇ ଟଙ୍କାର ହଡପ୍ କରିନେବାକୁ ଯୋଜନା ଚାଲିଥିବା କହିଛନ୍ତି ଲୋକେ। ଯାହାର ବିରୋଧ କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
ସରାକରଙ୍କଠାରୁ ଆସୁଥିବା ଅର୍ଥ ଆତ୍ମସାତ୍ ହେଉଥିବା ବେଳେ କ୍ଷତିରେ ପଡୁଛନ୍ତି ସାଧାରଣ ଲୋକେ। ତେଣୁ ଏନେଇ ଏବେଠାରୁ କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରୀ ହୋଇପଡ଼ିଛି।

 

Comments are closed.