Latest Odisha News

BREAKING NEWS

ନୟାଗଡରେ ଦଣ୍ଡ ଶୋଭାଯାତ୍ରା ସମୟରେ ଯୁବକଙ୍କୁ ହତ୍ୟା ଘଟଣା: ୮ ଗିରଫ

ନୟାଗଡ : ନୟାଗଡରେ ଦଣ୍ଡ ଶୋଭାଯାତ୍ରା ସମୟରେ ଯୁବକଙ୍କୁ ଆକ୍ରମଣ ଘଟଣା ।ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ମାନେ ହେଉଛନ୍ତି ନୟାଗଡ ଦେଉଳି ସାହିର ବାସିନ୍ଦା । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଉଛନ୍ତି ଅଭିମନ୍ୟୁ ପ୍ରଧାନଙ୍କ ତିନି ପୁଅ , ମୁନା , କାବୁଲି ଓ ଆନନ୍ଦ , ରବିନ୍ଦ୍ର ପ୍ରଧାନଙ୍କ ପୁଅ ଆଶିଷ , ବିମଳ ପ୍ରଧାନଙ୍କ ପୁଅ ଶିବାଜୀ , ଇଶ୍ୱର ଜେନାଙ୍କ ପୁଅ ଭାଷ୍କର , ବିଶିଆ ଭୋଳଙ୍କ ପୁଅ ଉଦୟନାଥ ଭୋଳ ଓ ବିଜୟ କୁମାର ପ୍ରଧାନଙ୍କ ପୁଅ ସୌଭାଗ୍ୟ ପ୍ରଧାନ ।

ସୂଚନା ଅନୁସାରେ ନୟାଗଡ ଟାଉନ ଥାନା ଲୋକନାଥ ମନ୍ଦିର ନିକଟରେ ଦୁର୍ଗାପ୍ରସାଦଗ୍ରାମବାସୀ ଓ ଦେଉଳପଲ୍ଲୀ ଗ୍ରାମବାସୀଙ୍କ ଗଣ୍ଡଗୋଳ ହୋଇଥିଲା । ଏହି ସମୟରେ ଦୁର୍ଗାପ୍ରାସଦ ଗାଁର ବିକ୍ରମ ପରିଡାଙ୍କ ପୁଅଙ୍କୁ ଅନ୍ୟ ଏକ ଗୋଷ୍ଠୀର ଲୋକ ହତ୍ୟା କରିଥିଲେ । ଫଳରେ ଗାଁରେ ଗଣ୍ଡଗୋଳ ଲାଗିରହିଥିଲା । ଏହି ଗଣ୍ଡଗୋଳ ସମୟରେ ଅନେକ ପୋଲିସ ମଧ୍ୟ ଆହତ ହୋଇଥିଲେ  ।

Leave A Reply

Your email address will not be published.