Latest Odisha News

BREAKING NEWS

ସ୍ୱାଭିମାନ ଅଞ୍ଚଳରେ ମୁଖ୍ୟ ଶାସନ ସଚିବ, କହିଲେ ଶୀଘ୍ର ହେବ ଏୟାରପୋର୍ଟ

ଭୁବନେଶ୍ୱର: ମାଲକାନଗିରିରେ ଖୁବ୍ ଶୀଘ୍ର ବିମାନ ବନ୍ଦର ତିଆରି ହେବ । ଏ ସକାଶେ ଜମି ଅଧିଗ୍ରହଣ ସରିଛି । ବାଡ଼ ବି ବୁଲା ହୋଇଯାଇଛି । ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ଅନୁମତି ମିଳିଯାଇଛି । ଆଉ ନିର୍ମାଣ ପାଇଁ ଟେଣ୍ଡର ବି ଆହ୍ୱାନ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମାଲକାନଗିରି ଗସ୍ତରେ ଯାଇ ଏହି ସୂଚନା ଦେଇଛନ୍ତି ।

ଶୁକ୍ରବାର ମୁଖ୍ୟ ଶାସନ ସଚିବ ପୂର୍ବାହ୍ନରେ ମାଲକାନଗିରି ଗସ୍ତ କରି ଅତିରିକ୍ତ ଜିଲ୍ଲାପାଳ, ପିଡିଡିଆରଡିଏ, ଏସପି ଏବଂ ବନଖଣ୍ଡ ଅଧିକାରୀଙ୍କ ସହ ବୈଠକ କରିଥିଲେ । ଜିଲ୍ଲାରେ ଚାଲୁଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସ୍ୱାଭିମାନ ଅଞ୍ଚଳ ବୁଲି ଦେଖିଛନ୍ତି ଶ୍ରୀ ମହାପାତ୍ର ।

ଯୋଗାଯୋଗ, ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ଉଦ୍ୟାନ, କୃଷି, ମତ୍ସ୍ୟଚାଷ ଓ ଜଳ ସେଚନ ଆଦି ବିବିଧ ଦିଗରେ ଆଲୋଚନା ସହ ସମୀକ୍ଷା କରିଥିଲେ । ନିର୍ମାଣଧୀନ କାର୍ଯ୍ୟକୁ ମୌସୁମୀ ଆଗରୁ କାମ ସାରିବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.