Latest Odisha News

BREAKING NEWS

ଦେଶୀ ଓ ନକଲି ମଦର ଭୂସ୍ୱର୍ଗ ଅନୁଗୁଳ !

ଅନୁଗୁଳ: ଦେଶୀ ମଦର ଭୂସ୍ୱର୍ଗ ପାଲଟିଛି ଅନୁଗୁଳ । ଜିଲ୍ଲାରେ ବେଧଡକ ପୋଲିସ ନାକତଳେ ତିଆରି ଓ ବିକ୍ରି ହେଉଛି । ହେଲେ ପ୍ରଶାସନର ନିଘା ନାହିଁ । ଦିନ ଦ୍ୱିପହରେ ହେଉ କି ରାତି ଖୁଲମଖୋଲା ଚାଲାଣ ହେଉଛି ଦେଶୀ ମଦ । ଶୁକ୍ରବାର ତାଳଚେର ଅବକାରୀ ବିଭାଗ ପକ୍ଷରୁ ରେଙ୍ଗାଳି ଥାନା ପୋଲିସ ଚଢାଉ କରିଥିଲା । ଛାପାରେ ୪ହଜାର ଲିଟର ମହୁଲ ପୋଚ ଓ ୧୪୦ ଲିଟର ଦେଶୀ ମଦ ନଷ୍ଟ କରାଯାଇଥିଲା ।

ଆଜି ପୁନର୍ବାର ତଳମୂଳ ପାଟଣା ଗୋଡିସାହିରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଛି । ଧରପଗଡରେ ୭ ଶହ ମଦ ବୋତଲ ଜବତ ହେବା ସହ ୨ଜଣଙ୍କୁ ପୋଲିସ ଗିରଫ କରିଛି । ତେବେ ଆଜି କି କାଲି ନୁହେଁ ଦୀର୍ଘଦିନ ଧରି ଏହି ଅଂଚଳରେ ଦେଶୀ ମଦ ସମେତ ନକଲି ବିଦେଶୀ ମଦ କାରବାର ହେଉଥିଲା ।

ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ପୋଲିସ ପାଟଣା ଗୋଡିସାହିରେ ଚଢାଉ କରିଥିଲା । ନକଲି ବିଦେଶୀ ମଦ ସହ ଏହି ମାମଲାରେ ସଂପୃକ୍ତ ୨ଜଣଙ୍କୁ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଗିରଫ କରିଛି । ମଦ ସମେତ ବୋତଲ ପାଇଁ ବ୍ୟବହୃତ ଷ୍ଟିକର, ଠିପି ଓ ଖାଲି ବୋତଲ ମଧ୍ୟ ପୋଲିସ ହାତରେ ପଡିଛି । ମଦ ବୋତଲଗୁଡିକ ବିଭିନ୍ନ କବାଡିଆ ଦୋକାନରୁ ଅଭିଯୁକ୍ତମାନେ ସଂଗ୍ରହ କରୁଥିବା ପୋଲିସ ନିକଟରେ ସ୍ୱୀକାର କରିଛନ୍ତି । ଏହି ଘଟଣାରେ ଅନ୍ୟ କେହି ସଂପୃକ୍ତ ଅଛନ୍ତି କି ନାହିଁ ତଥା ନକଲି ମଦ କାରବାର ରାକେଟର ପର୍ଦ୍ଦାଫାସ କରିବା ଲାଗି ପୋଲିସର ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.