Latest Odisha News

BREAKING NEWS

୧୫ବର୍ଷ ଧରି ଦୁଷ୍କର୍ମ, ୨୫ଥର ଦୁଷ୍କର୍ମକାରୀକୁ ଛୁରୀ ଭୁଷିଲେ ପୀଡିତା !

ମଧ୍ୟପ୍ରଦେଶ: ଜଣେ ବ୍ୟକ୍ତିଙ୍କୁ ୨୫ ଥର ଛୁରୀ ଭୁଷିବା ଅଭିଯୋଗରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ମହିଳାଙ୍କ ଅଭିଯୋଗ ଥିଲା ସେହି ବ୍ୟକ୍ତିଜଣକ ଅକ୍ଟୋବର ୧୨ରେ ତାଙ୍କ ପ୍ରତି କରିଥିଲେ ଦୁଷ୍କର୍ମ ଉଦ୍ୟମ । ଏହି ଘଟଣାଟି ଘଟିଥିଲା ଭୋପାଳଠୁ ୨୦୦କିମି ଦୂର ଗୁନା ଜିଲ୍ଲାରେ ।

ମୃତ ଅଭିଯୁକ୍ତ ଅଶୋକ ନଗରର ବ୍ରିଜଭୂଷଣ ଶର୍ମା ବୋଲି ଜଣାପଡିଛି । ଅନ୍ୟପଟେ ହତ୍ୟା ଅଭିଯୋଗରେ ପୋଲିସ ମହିଳାଙ୍କୁ ଆଇପିସି ଧାରା ୩୦୨ ଅଧାରରେ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିଲା । ତେବେ କୋର୍ଟରେ ମହିଳାଙ୍କ ବୟାନ ସମସ୍ତଙ୍କୁ ତାଜୁବ କରିଥିଲା ।

ମହିଳା ଜଣକ ମାନ୍ୟବର ବିଚାରପତିଙ୍କ ସାମ୍ନାରେ କହିଥିଲେ କେବଳ ଅକ୍ଟୋବର ୧୨ ନୁହେଁ ବରଂ ୨୦୦୫ ମସିହାରୁ ମୃତ ବ୍ରିଜଭୂଷଣ ତାଙ୍କ ସହ ଦୁଷ୍କର୍ମ କରିଆସୁଥିଲେ । ୨୦୦୫ରେ ମହିଳାଙ୍କ ବୟସ ୧୬ ବର୍ଷ ଥିଲାବେଳେ ବ୍ରିଜଭୂଷଣ ତାଙ୍କ ସହ ପ୍ରଥମଥର ପାଇଁ ଦୁଷ୍କର୍ମ କରିଥିଲେ । ସେବେଠୁ ଏକ ଭିଡିଓ ଜରିଆରେ ବ୍ଲାକମେଲିଂ କରି ଲଗାତାର ୧୫ ବର୍ଷ ଧରି ଦୁଷ୍କର୍ମ କରିଆସୁଥିଲେ ।

ତେବେ ଘଟଣା ଏତିକିରେ ଅଟକି ନଥିଲା । ବିବାହ ପରେ ବି ମହିଳାଙ୍କୁ ବ୍ରିଜଭୂଷଣ ବ୍ଲାକମେଲିଂ କରିବା ଛାଡିନଥିଲା । ଗୁନା ଜିଲ୍ଲାକୁ ଯାଇ ସେଠାରେ ବି ଭିଡିଓର ଭୟ ଦେଖାଇ ଘୃଣ୍ୟ କର୍ମ କରିଚାଲିଥିଲା । ତେବେ ସୋମବାର ଘରେ କେହିନଥିଲାବେଳେ ବ୍ରିଜଭୂଷଣ ମଦ ନିଶାରେ ମହିଳାଙ୍କ ଘରେ ପଶି ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । ଦୀର୍ଘ ୧୫ ବର୍ଷ ଧରି କ୍ରୋଧ ଜର୍ଜରିତ ମହିଳା ଜଣକ ପ୍ରତିଶୋଧ ନେବାକୁ ଯାଇ ରୋଷେଇ ଘରେ ଥିବା ଏକ ଛୁରୀରେ ନିଜ ଦୁଷ୍କର୍ମକାରୀକୁ ହତ୍ୟା କରିଥିଲେ ।

Leave A Reply

Your email address will not be published.