Latest Odisha News

BREAKING NEWS

ଚିନ୍ତା ବଢ଼ାଇଲା ଋଣ ଭାର: ଝୁଲି ପଡ଼ିଲେ ଦମ୍ପତି

ପୁରୀ : ଋଣ ଭାର ସହି ନପାରି ଝୁଲି ପଡ଼ିଲେ ଦମ୍ପତି । ପୁରୀ ଜିଲ୍ଲା କଣାସ ବ୍ଲକର ଅଁଳାଯୋଡ଼ି ଗାଁରେ ଘଟିଛି ଅଭାବନୀୟ ଘଟଣା। ଋଣ ପରିଶୋଧ ପାଇଁ ମାନସିକ ଚାପ ପଡ଼ିବାରୁ ଦୁହେଁ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ମୃତ ଦମ୍ପତି ହେଲେ ୫୮ ବର୍ଷୀୟ ବାନାମ୍ବର ବେହେରା ଏବଂ ୫୩ ବର୍ଷୀୟ ବନିତା ବେହେରା ।

ସୂଚନା ଅନୁସାରେ, ଅଁଳାଯୋଡ଼ି ଗାଁର ବାନାମ୍ବର ବେହେରା ଏକ ଘରୋଇ ଫାଇନାନ୍ସ କମ୍ପାନିରୁ ଋଣ ଆଣିଥିଲେ। ଠିକ୍ ସମୟରେ ଋଣ ପରିଶୋଧ କରିନପାରିବାରୁ ଗତ ରାତିରେ ଫାଇନାନ୍ସ କମ୍ପାନୀର କର୍ମଚାରୀ ମାନେ କିସ୍ତି ଟଙ୍କା ପାଇଁ ଘରେ ପହଁଞ୍ଚିଥିଲେ । ବୃଦ୍ଧ ଦମ୍ପତିଙ୍କ ପାଖରେ ଟଙ୍କା ନଥିବା ଜଣାଇବା ପରେ ମଧ୍ୟ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ କିସ୍ତି ଟଙ୍କା ପାଇଁ ଘରେ ବସି ରହିବା ସହ ଉଭୟଙ୍କୁ ଧମକଚମକ ମଧ୍ୟ ଦେଇଥିଲେ ଫାଇନାନ୍ସ କମ୍ପାନୀରୀ କର୍ମଚାରୀ । ଶେଷରେ କୌଣସି ଉପାୟ ନ ପାଇ ଆଜି ଭୋରୁ ଭୋରୁ ଘର ଭିତରେ ଉଭୟ ବାନାମ୍ବର ବେହେରା ଏବଂ ତାଙ୍କ ସ୍ତ୍ରୀ ବନିତା ବେହେରା ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.