କଟକ: ଏସସି/ଏସଟି ସ୍ପେଶାଲ୍ ଅଦାଲତ ଶୁକ୍ରବାର ଦିନ ବହୁ ଚର୍ଚ୍ଚିତ ବାବା ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ବିଚାର ମାମଲା ମେ ୧୭ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ବାବା ସାରଥୀଙ୍କ ରୋଜାଲିନ୍ ମଲ୍ଲିକ ମାମଲାର ଶୁଣାଣିକୁ ଏହି ଅଦାଲତ ଆଜି ଘୁଞ୍ଚାଇଦେବା ନେଇ ଆଜି ଜଣାପଡ଼ିଛି ।
ଏହି ମାମଲାରେ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କ ଅନୁପସ୍ଥିତିକୁ ଦୃଷ୍ଟିରେ ରଖି ଅଦାଲତ ଏହି ଶୁଣାଣି ତାରିଖ ଘୁଞ୍ଚାଇଦେଇଥିବା ସୂଚନା ମିଳିଛି ।
ଏକ ଯୌନ ନିର୍ଯ୍ୟାତନା ମାମଲାରେ ବାବା ସାରଥୀ ସିଆଇଡ଼ି କ୍ରାଇମବ୍ରାଞ୍ଚ ଦ୍ୱାରା ୨୦୧୫, ଅଗଷ୍ଟ ୭ ତାରିଖ ଦିନ ଗିରଫ ହୋଇଥିଲେ । ବାବାଙ୍କର କେନ୍ଦ୍ରାପଡ଼ା ଜିଲ୍ଲାସ୍ଥିତ ବାରିମୂଳ ଆଶ୍ରମରେ ଯୌନ ବ୍ୟଭିଚାର ଅଭିଯୋଗକୁ ନେଇ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।
ବାବା ସାରଥୀଙ୍କ ନାମରେ ବେଆଇନ ଚାନ୍ଦା ଅସୁଲ, ଅପରାଧିକ ଧମକ ଏବଂ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ ହୋଇଛି ।
Comments are closed.