ହରିୟାଣା : ଲକ୍ –ଡାଉନରେ ବିବାହ ପାଇଁ ରାତିରେ ଖୋଲିଲା ହରିୟାଣାର ରୋହତକ ଜିଲ୍ଲା ମାଜିଷ୍ଟ୍ରେଟ୍ କୋର୍ଟ । ସ୍ପେଶାଲ ମ୍ୟାରେଜ ଆକ୍ଟ ଅଧିନରେ ମେକ୍ସିକାନ ପ୍ରେମିକାକୁ ବିବାହ କଲେ ଭାରତୀୟ ପ୍ରେମିକ ।
Haryana: Niranjan Kashyap from Rohtak married Dana, a Mexican national on April 13 under the Special Marriage Act amid #CoronavirusLockdown. Niranjan says, “We met through a language learning app. Dana&her mother came to India on 11th February for the wedding.” pic.twitter.com/Q9QKjMsDTH
— ANI (@ANI) April 15, 2020
ପରସ୍ପରକୁ ବିବାହ କରିଥିବା ରୋହତକ ର ନିରଂଜନ କଶ୍ୟପ ଓ ମେକ୍ସିକାନ୍ ବୋହୁ ଡାନା ଜୋହେରି ଅଲିଭୋରସ୍ କ୍ରୁଜ୍ ୨୦୧୭ରେ ପରସ୍ପରକୁ ଭେଟିବା ପରେ ୨୦୧୮ରେ ବିବାହ କରିବାକୁ ଯୋଜନା କରିଥିଲେ ।
ଚଳିତବର୍ଷ ଫେବ୍ରୁଆରୀ ୧୭ରେ ସେମାନେ ସ୍ପେଶାଲ ମ୍ୟାରେଜ ଆକ୍ଟ ଅଧିନରେ ବିବାହ କରିବା ପାଇଁ ଆବେଦନ କରିଥିଲେ । ମାସିକିଆ ନୋଟିସ୍ ପାଇବା ପରେ ସେମାନଙ୍କ ବିବାହ ମାର୍ଚ୍ଚ ୧୮ରେ ହେବାକୁ ଥିଲା । ହେଲେ କରୋନା ମହାମାରୀ ଓ ଲକ୍-ଡାଉନ୍ ପାଇଁ ତାହା ସମ୍ଭବ ହୋଇପାରିନଥିଲା ।
ଶେଷରେ ରୋହତକ ଜିଲ୍ଲାପାଳଙ୍କୁ ଏକ ସ୍ୱତନ୍ତ୍ର ଆବେଦନ କରିବା ପରେ ସେମାନଙ୍କ ବିବାହ କରିବାକୁ ମଂଜୁରୀ ମିଳିଥିଲା । ସୋମବାର ରାତି ୮ଟାରେ ଦୁଇଜଣଙ୍କ ବିବାହ ସାମାଜିକ ଦୂରତ୍ୱ ଅବଲମ୍ବନ କରାଯିବା ସହ ଅଳ୍ପ ସଂଖକ ପରିବାର ଲୋକଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିଲା ।
Comments are closed.