Latest Odisha News

BREAKING NEWS

ଜିୟା ଖାନ ଆତ୍ମହତ୍ୟା ମାମଲାରେ ସିବିଆଇ ଯାଞ୍ଚକୁ କୋର୍ଟଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଳ୍ଲୀ: ବହୁଚର୍ଚ୍ଚିତ ବଲିଉଡ ଅଭିନେତ୍ରୀ ଜିୟା ଖାନଙ୍କ ଆତ୍ମହତ୍ୟା ମାମଲାର ଅଧିକ ଯାଞ୍ଚ ପାଇଁ ଅନୁମତି ମାଗିଥିବା ଆବେଦନକୁ ଗୁରୁବାର ସ୍ୱତନ୍ତ୍ର ସିବିଆଇ କୋର୍ଟ ଖାରଜ କରିଦେଇଛନ୍ତି। ଏହି ମାମଲାର ଶୁଣାଣି ଚାଲିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ଜିୟାଙ୍କ ମା ରବିୟା ଖାନଙ୍କ ଦ୍ବାରା ଏହି ପିଟିସନ ଦାଖଲ କରାଯାଇଥିଲା।

ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଅଭିନେତା ସୁରଜ ପଞ୍ଚୋଲିଙ୍କୁ ବୁକ୍ କରାଯାଇଥିଲା ଏବଂ ବର୍ତ୍ତମାନ ସେ ଜାମିନରେ ଆସିଛନ୍ତି।

ଅଧିକ ଯାଞ୍ଚ ପାଇଁ ଜିୟା ନିଜକୁ ଟାଙ୍ଗିବା ପାଇଁ ବ୍ୟବହୃତ କରିଥିବା ଓଢଣୀ ପଠାଇବାକୁ ସିବିଆଇ କୋର୍ଟରୁ ଅନୁମତି ମାଗିଥିଲା।

ତେବେ ସୁରଜଙ୍କ ଓକିଲ ପ୍ରଶାନ୍ତ ପାଟିଲ ଏହି ପିଟିସନକୁ ବିରୋଧ କରି କହିଛନ୍ତି ଯେ ଏହି ମାମଲା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ଦ୍ୱାରା ସ୍ଥିର ହୋଇସାରିଛି।

ସ୍ୱତନ୍ତ୍ର ବିଚାରପତି ଏ ଏସ୍ ସାୟାଦ ଯୁକ୍ତି ଶୁଣିବା ପରେ ଏହି ଆବେଦନକୁ ଖାରଜ କରିଦେଇଥିଲେ।

Comments are closed.