Latest Odisha News

BREAKING NEWS

ତାହିରଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ଗିରଫ ହୋଇଥିବା ନିଲମ୍ବିତ ଆପ ନେତା ତାହିର ହୁସେନଙ୍କୁ ଅଧିକ ପଚରା ଉଚରା କରିବା ପାଇଁ ପୋଲିସ ୭ ଦିନିଆ ରିମାଣ୍ଡରେ ନେଇଛି। ପୋଲିସ ତାଙ୍କୁ ଦିଲ୍ଲୀର ଉତ୍ତର ପୂର୍ବ ଅଞ୍ଚଳ ହୋଇଥିବା ହିଂସା ଓ ଆଇବି ଅଧିକାରୀଙ୍କ ହତ୍ୟା ମାମଲାରେ ଗିରଫ କରିଛି । କାରକରଡୋମା କୋର୍ଟ ତାଙ୍କୁ ୭ ଦିନ ପାଇଁ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି।  ପୋଲିସ ହିଂସା ପଛରେ ଥିବା ଅପରାଧିକ ଷଡ଼ଯନ୍ତ୍ରର ଖିଅ ବାହାର କରିବା ପାଇଁ ତାହିରଙ୍କୁ ରିମାଣ୍ତରେ ନେବା ଜରୁରୀ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ ।

ପୋଲିସ ଯୁକ୍ତିକୁ ମାଜିଷ୍ଟ୍ରେଟ ରାକେଶ କୁମାର ଗ୍ରହଣ କରିଥିଲେ। ଗୁରୁବାର ତାହିର ହୁସେନ କୋର୍ଟରେ ଆତ୍ମସମର୍ପଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ହେଲେ କୋର୍ଟ ଏଥିରେ ରାଜି ହୋଇ ନଥିଲେ। ଫଳରେ ପୋଲିସ ତାଙ୍କୁ ଗିରଫ କରିଥିଲା। ସେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ପଛରେ ରହିଥିବା ଅଭିଯୋଗ ହୋଇଛି। ଦଙ୍ଗାରେ ବ୍ୟବହୃତ ହୋଇଥିବା ସାମଗ୍ରୀ ତାହିରଙ୍କ ମାଲିକାନାରେ ଥିବା ଘରୁ ମିଳିଥିଲା। ସେହିପରି ତାହିରଙ୍କ ଘର ନିକଟରେ ଯାଇଥିବା ନାଳରୁ ଅଙ୍କିତଙ୍କ ମୃତଦେହ ମିଳିଥିଲା।

Comments are closed.