Latest Odisha News

BREAKING NEWS

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ

କଟକ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ। ତଦନ୍ତରେ ସହଯୋଗ କରିବା ଓ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ । ତେବେ ନିମ୍ନ ଅଦାଲତ ଜାମିନର ସର୍ତ୍ତ ଧାର୍ଯ୍ୟ କରିବେ ବୋଲି କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି ।

BjdElectrycity

ବାଲୁଗାଁ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ମାଡ ମାରିବା ଘଟଣାରେ ଜାମିନ ଆବେଦନ କରିଥିଲେ ପ୍ରଶାନ୍ତ । ଗିରଫ ଦାରିକୁ ଏଡାଇବା ପାଇଁ ସେ ଲୁଚିବା ସହ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ  । ହାଇକୋର୍ଟ ତାଙ୍କୁ ନିମ୍ନ ଅଦାଲତରେ ହାଜର ହୋଇ ଜାମିନ ଆବେଦନ କରିବାକୁ ନର୍ଦେଶ ଦେଇଥିଲେ।

ସେ ଖୋର୍ଦ୍ଧା ଏଡିଜେ ୱାନ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିଥିଲେ । ଏହା ଖାରଜ ହେବା ପରେ ସେ ଗିରଫ ହୋଇଥିଲେ । ଗତ ମାସ ୮ ତାରିଖରେ ବିଜେପି ମଣ୍ଡଳ ସଭାପତିଙ୍କୁ ସେ ମାଡ ମାରିଥିଲେ । ମାଡ ମାରିବାର ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା।

 

Leave A Reply

Your email address will not be published.