Latest Odisha News

BREAKING NEWS

ଡେଲିଭରି ବଏ କଥାରେ ଅର୍ଡ଼ର କ୍ୟାନସେଲ କଲେ ମହିଳା, ଦେବାକୁ ପଡ଼ିଲା ବହୁ ଅର୍ଥ

ନ୍ୟୁୟର୍କ: ଅନଲାଇନରେ ଜିନିଷ କିଣିବା ଆଜିକାଲି ଫ୍ୟାଶନ ହୋଇଗଲାଣି । ଘରେ ବସି ସହଜରେ ଭଲ ଜିନିଷ ପାଇ ଯାଉଥିବାରୁ ଲୋକେ ଅନ୍‌ଲାଇନ୍ ସପିଂ କରିବାକୁ ବେଶୀ ପସନ୍ଦ କରୁଛନ୍ତି । ସେହିପରି ଅଧିକାଂଶ ଲୋକ ଅନ୍‌ଲାଇନ୍‌ରେ ବିଭିନ୍ନ ପ୍ରକାରର ଖାଦ୍ୟ ମଧ୍ୟ ମଗାଇଥାନ୍ତି । ଯଦି ପରବର୍ତ୍ତୀ ସମୟରେ ଏହି ଅର୍ଡ଼ରକୁ କ୍ୟାନ୍‌ସେଲ କରାଯାଏ, ତେବେ କିଛି ଦେୟ ମଧ୍ୟ ଦେବାକୁ ପଡ଼ିଥାଏ । କିନ୍ତୁ ନ୍ୟୁୟର୍କରେ ଜଣେ ମହିଳାଙ୍କ କ୍ଷେତ୍ରରେ ଏପରି କିଛି ଏକ ଅଜବ ଘଟଣା ଘଟଛି, ଯାହାକୁ ସେ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ନ୍ୟୁୟର୍କ ବାସିନ୍ଦା ସାମି ଶୁବର୍ଟ ନାମକ ଜଣେ ମହିଳା ଅନ୍‌ଲାଇନ୍‌ରେ ୍‌କିଛି ଖାଦ୍ୟ ଅର୍ଡର କରିଥିଲେ । ବହୁ ଘଣ୍ଟା ଅପେକ୍ଷା କରିଥିଲେ ମଧ୍ୟ କୌଣସି ଖାଦ୍ୟ ତାଙ୍କ ପାଖରେ ପହଞ୍ôଚ ନ ଥିଲା । ପରେ ଡେଲିଭରି ବଏର ଏକ ମେସେଜ୍ ଆସିଥିଲା । ମେସେଜ୍ ପଢିବା ପରେ ସାମି ଫୋନ କରିଥିଲେ । ଆଉ ଡ଼େଲିଭରି ବଏଙ୍କ କଥା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଡେଲିଭରି ବଏ ଜଣକ କହିଥିଲେ ଯେ, ରୋଷେଇ କରୁଥିବା ସମୟରେ ରୋଷେୟାଙ୍କ ଆଙ୍ଗୁଠି କଟି ଯାଇଛି, ତେଣୁ ସେ ବର୍ତ୍ତମାନ ଖାଦ୍ୟ ବିତରଣ କରିପାରିବେ ନାହିଁ । ତେଣୁ ଆପଣ ଏହାକୁ କ୍ୟାନ୍‌ସେଲ କରିବାକୁ ସେ ସାମିଙ୍କୁ ପରାମର୍ଶ ଦେଇଥିଲେ । ଏହା ଶୁଣିବା ପରେ ସାମି ତୁରନ୍ତ ଅର୍ଡ଼ରକୁ କ୍ୟାନସେଲ କରିଦେଲେ । ସଙ୍ଗେ ସଙ୍ଗେ କମ୍ପାନୀ ପକ୍ଷରୁ ଏକ ମେଜେସ ଆସିଲା ଯେ, ଅର୍ଡ଼ର କ୍ୟାନସେଲ କରିଥିବାରୁ ୨୦ ଡଲାରରୁ ଅଧିକ ଅର୍ଥାତ୍ ୧୬୦୦ ଟଙ୍କା ଚାର୍ଜ ଦେବାକୁ ପଡ଼ିବ । ଏହା ଦେଖି ସେ କମ୍ପାନୀକୁ ଫୋନ କରି ବୁଝିବାରୁ କମ୍ପାନୀର ହେଲପଲାଇନରୁ ମଧ୍ୟ ସମାନ କଥା ଥିଲା । ଆପଣ ଅର୍ଡ଼ର କ୍ୟାନସେଲ କରିଛନ୍ତି ମାନେ ଆପଣଙ୍କୁ କ୍ୟାନସେଲ ଚାର୍ଜ ଦେବାକୁ ପଡ଼ିବ । କାରଣ ଆପଣ ଅର୍ଡ଼ର କ୍ୟାନସେଲ କରିବା ପୂର୍ବରୁ କମ୍ପାନୀ ସହ ଯୋଗାଯୋଗ କରିବାର ଥିଲା । ଆପଣ ତାହା ନ କରି ଡ଼େଲିଭରି ବଏର କଥାରେ ଅର୍ଡ଼ର କ୍ୟାନସେଲ କରିଛନ୍ତି । ତେଣୁ ଆମେ କିଛି କରି ପାରିବୁ ନାହିଁ । ଆପଣଙ୍କୁ କମ୍ପାନୀର ନିୟମ ମାନିବାକୁ ବାଧ୍ୟ ।

Leave A Reply

Your email address will not be published.