Latest Odisha News

BREAKING NEWS

କଥା କଟାକଟିକୁ ନେଇ ଗଣ୍ଡଗୋଳ, ୨୦ ଗିରଫ

ଜୟପୁର: କୋରାପୁଟ ସହରରେ ଥିବା ଟିକିରା ସାହି, ଇନ୍ଦିରା କଲୋନୀ ଓ ପରିଜା ସାହିପିଲା ମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ କଥା କଟାକଟି ପରେ ଗଣ୍ଡଗୋଳ ଘଟଣା । ୩ ସାହି ପକ୍ଷରୁ ହୋଇଥିବା ପୃଥକ ପୃଥକ ମାମଲାରେ ପୋଲିସ ୨୦ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ୫ ଜଣ ନାବାଳକ ଅଛନ୍ତି ।

ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ଅସ୍ତ୍ରଶସ୍ତ୍ର ସହ ମୋବାଇଲ୍ ଜବତ କରିଛି । ମାମଲାର ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର୍ ଥିବା ବେଳେ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି କୋରାପୁଟ ଏସଡିପିଓ ମନୋଜ ପୂଜାରୀ ।

Leave A Reply

Your email address will not be published.