Latest Odisha News

କୋଭାକ୍ସିକନ୍‌କୁ ମିଳିପାରେ ‘ହୁ’ର ଅନୁମତି

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଭାରତ ବାୟେ‌େଟେକ୍‌ର କରୋନା ବିରୋଧୀ ଟିକା କୋଭାକ୍ସିକନ୍‌କୁ ହୁର ଅନୁମତି ମିଳିପାରେ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଗୁରୁବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ୱାମୀନାଥନଙ୍କୁ ଭେଟିଛନ୍ତି। ଏହି ବୈଠକରେ ସେ ଭାରତ ବାୟୋଟେକର କୋଭିଡ-୧୯ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ଅନୁମୋଦନ ଲୋଡିବାକୁ ଆଲୋଚନା କରିଥିଲେ।

ମନସୁଖ ମାଣ୍ଡଭ୍ୟ ଟ୍ୱିଟ୍ କରି କହିଛନ୍ତି, “ହୁ ର ମୁଖ୍ୟ ବୈଜ୍ଞାନିକ ଡା. ସ୍ୱାମୀନାଥନଙ୍କ ସହିତ ସାକ୍ଷାତ କରିଥିଲେ। ଭାରତ ବାୟୋଟେକ୍ ର ଆଣ୍ଟି-କୋଭିଡ୍-୧୯ ଟିକା, କୋଭାକ୍ସିନ୍ କୁ ହୁ ର ଅନୁମୋଦନ ବିଷୟରେ ଏକ ଫଳପ୍ରଦ ଆଲୋଚନା ହୋଇଥିଲା। । ”

ଗତ ମାସରେ ରାଜ୍ୟସଭାକୁ କୁହାଯାଇଥିଲା ଯେ ଭାରତ ବାୟୋଟେକର କୋଭାକ୍ସିନ୍‌ ଟିକାର ଜରୁରୀକାଳୀନ ବ୍ୟବହାର ତାଲିକା (EUL) ରେ ଅନ୍ତର୍ଭୁକ୍ତ ହେବା ପାଇଁ ଆବେଦନ କରିଛି। ଯେଉଁଥିପାଇଁ ଜୁଲାଇ ୯ ସୁଦ୍ଧା ସମସ୍ତ ଦସ୍ତାବିଜ ମଧ୍ୟ ଦାଖଲ କରାଯାଇଥିଲା।

Leave A Reply

Your email address will not be published.