Latest Odisha News

BREAKING NEWS

ତାଲିବାନ ଦଖଲରେ ଆଫଗାନର ଦ୍ୱିତୀୟ ବଡ଼ ସହର କାନ୍ଦାହାର

କାବୁଲ: ଆଫଗାନିସ୍ତାନରେ ତାଲିବାନଙ୍କ ଆତଙ୍କରାଜ ଜାରି ରହିଛି । ନିଜ ଆଧିପତ୍ୟ ବଢ଼ାଇ ଚାଲିଛି । ଗୋଟିଏ ପରେ ଗୋଟିଏ ପ୍ରାଦେଶିକ ରାଜଧାନୀକୁ ନିଜ ଅକ୍ତିଆରକୁ ନେଇଛି ତାଲିବାନ । ଦେଶର ଦ୍ୱିତୀୟ ବୃହତ ସହର କାନ୍ଦାହାରକୁ ଏବେ ଦଖଲ କରିଛି । କାନ୍ଦାହାରକୁ ସମ୍ପୂର୍ଣ୍ଣ ଭାବରେ ନିଜ ଅକ୍ତିଆରକୁ ଆଣିବା ପରେ ସେଠାରେ ତାଲିବାନ ପଜାତା ଉଡ଼ାଇଛି । ଏବେ ରାଜଧାନୀ କାବୁଲ ଅଭିମୁଖେ ମୁହାଁଇଛନ୍ତି ତାଲିବାନୀ ।

BjdElectrycity

କାନ୍ଦାହାର ଦଖଲ ପୂର୍ବରୁ ଆଫଗାନ୍ ସେନା ଓ ତାଲିବାନଙ୍କ ଭିତରେ ଘମାଘୋଟ ଯୁଦ୍ଧ ହୋଇଥିଲା । ଶେଷରେ ଆଫଗାନିସ୍ତାନ ସୁରକ୍ଷାକର୍ମୀ ତାଲିବାନଙ୍କ ଆଗରେ ମୁଣ୍ଡ ନୂଆଁଇଥିଲେ ।

ପ୍ରଥମେ କାନ୍ଦାହାଲ ସେଣ୍ଟ୍ରାଲ ଜେଲ ଉପରେ ଆକ୍ରମଣ କରିଥିଲେ ତାଲିବାନୀ । ସେଠାରେ କଏଦୀଙ୍କୁ ମୁକ୍ତ କରିଥିଲେ । ନିଜ ସଂଗଠନକ ଶକ୍ତିବୃଦ୍ଧି ସହ ପୁରା ସହରକୁ ନିଜ କବଳକୁ ନେଇଛି ତାଲିବାନ ।

ତାଲିବାନ ପକ୍ଷରୁ କୁହାଯାଇଛି ଯେ, ଆଗକୁ କାବୁଲ ଦଖଲ ସେମାନଙ୍କର ଲକ୍ଷ୍ୟ । ଗତକାଲି ଗଜନୀକୁ ନିଜ ଦଖଲକୁ ନେଇଥିଲେ । ରାଜଧାନୀ କାବୁଲଠାରୁ ଗଜନୀର ଦୂରତା ମାତ୍ର ୧୫୦ କିଲୋମିଟର । ଆଫଗାନିସ୍ତାନରେ ତାଲିବାନ ଆଗକୁ ବଢୁଥିବା ବେଳେ ଯୁଦ୍ଧ ଘନାଘଟ ଥମିବାର ନାଁ ଧରୁନି । ଅସ୍ଥିର ଆଫଗାନିସ୍ତାନକୁ ନେଇ ସାରା ବିଶ୍ୱରେ ଏବେ ଚର୍ଚ୍ଚା ।

Leave A Reply

Your email address will not be published.