Latest Odisha News

BREAKING NEWS

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ଫୁଲଡ୍ରେସ୍ ରିହରସାଲ୍, ସାମିଲ ହେଲେ ୩ଟି ଟ୍ରୁପ୍‌

ଭୁବନେଶ୍ୱର: ଚଳିତବର୍ଷ କରୋନା କଟକଣା ଭିତରେ ରାଜ୍ୟରେ ପାଳନ ହେବ ୭୫ତମ ସ୍ୱାଧୀନତା ଦିବସ । ଭୁବନେଶ୍ୱର ପ୍ରଦର୍ଶନ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ଏଥିପାଇଁ ଆଜି ଫୁଲଡ୍ରେସ୍ ରିହରସାଲ୍ କରାଯାଇଛି । ପୋଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ହୋଇଥିଲା ଫୁଲ ଡ୍ରେସ୍ ରିହରସାଲ୍ । ପୁରା ବ୍ୟବସ୍ଥାରେ ପୋଲିସ ଡିଜି ସମୀକ୍ଷା କରିଛନ୍ତି ।

BjdElectrycity

କୋଭିଡ୍ ଗାଇଡଲାଇନ୍ ଅନୁସାରେ ସ୍ୱାଧୀନତା ଦିବସ ପାଳନ କରାଯିବ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେବଳ ୩ଟି ଟ୍ରୁପ୍‌କୁ ନେଇ ପରେଡ୍ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି । ପରେଡ୍ ସୁରକ୍ଷା ଦାୟିତ୍ୱରେ ରହିବେ ୮ ପ୍ଲାଟୁନ ପୋଲିସ ଫୋର୍ସ ।

କରୋନା ଯୋଗୁ ଏବର୍ଷ ପରେଡ ସ୍ଥଳକୁ ଲୋକଙ୍କୁ ଆସିବା ବାରଣ କରାଯାଇଛି । କେବଳ ନିମନ୍ତ୍ରିତ ଅତିଥି ଆସିବେ । ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବି କରୋନା କଟକଣାରେ ୭୫ତମ ସ୍ୱାଧୀନତା ଦିବସ ପାଳନ କରାଯିବ । ବିଶେଷ କରି ମାଓ ଅଧ୍ୟଷିତ ଜିଲ୍ଲାରେ ସ୍ୱାଧୀନତା ଦିବସରେ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି ।

Leave A Reply

Your email address will not be published.