Latest Odisha News

BREAKING NEWS

ଡେଲଟା ପ୍ଲସ୍ ପ୍ରଜାତି ବିରୁଦ୍ଧରେ କୋଭାକ୍ସିନ୍ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଭାରତ ବାୟୋଟେକ୍‌ର କରୋନା ବିରୋଧୀ ଟିକା କୋଭାକ୍ସିନ୍ କରୋନା ଅନ୍ୟ ପ୍ରଜାତି ଡେଲଟା ପ୍ଲସ୍ ବିରୁଦ୍ଧରେ ପ୍ରଭାବଶାଳୀ ବୋଲି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି।

କୋଭାକ୍ସିନ୍ ଭାରତର ପ୍ରଥମ ସ୍ବଦେଶୀ ଟିକା ଭାବରେ ବିକଶିତ। ବର୍ତ୍ତମାନ ଦେଶରେ ତିନିଟି ଟିକାକୁ ନେଇ ଟିକାକରଣ ଅଭିଯାନ ଚାଲିଛି। ଅନ୍ୟ ଦୁଇଟି ଟିକା ହେଉଛି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଶିଲ୍ଡ ଏବଂ ରୁଷିଆର ସ୍ପୁଟ୍‌ନିକ ଭି।

ଗତ ମାସରେ ଭରତ ବାୟୋଟେକ୍ କହିଛି ଯେ କୋଭାକ୍ସିନ୍ କରୋନା ବିରୁଦ୍ଧରେ ୭୭.୮ ପ୍ରତିଶତ ଏବଂ ନୂତନ ଡେଲଟା ପ୍ରଜାତି ବିରୋଧରେ ୬୫.୨ ପ୍ରତିଶତ ଫଳପ୍ରଦ।

କୋଭାକ୍ସିନକୁ ୯୩.୪ ପ୍ରତିଶତ ଗୁରୁତର ଲକ୍ଷଣଗତ କରୋନା ମାମଲାରେ ପ୍ରଭାବଶାଳୀ ବୋଲି ଦର୍ଶାଯାଇଛି।

Leave A Reply

Your email address will not be published.