କଟକ: ଗତ ୨୪ ଘଣ୍ଟା ମଧ୍ୟରେ କଟକ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ୯୨ ଜଣ କରୋନା ପଜିଟିଭ୍ । ଏହାକୁ ମିଶାଇ କଟକ ଜିଲ୍ଲାରେ ବର୍ତ୍ତମାନ ସର୍ବାଧିକ ସଂଖ୍ୟକ ସକ୍ରିୟ ମାମଲା ରହିଛି। କଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୧ କୁ ବୃଦ୍ଧି ପାଇଥିବା ବେଳେ ୧୨୮ ଜଣ ଆରୋଗ୍ୟ ଲାଭ ଓ ଜଣେ ମୃତ୍ୟୁବରଣ କରିଛନ୍ତି । ଅନ୍ୟପଟେ ବର୍ତ୍ତମାନ ଜିଲ୍ଲାରେ ୧୮୨ ଟି ସକ୍ରିୟ ମାମଲା ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ।
କଟକ ଠାରୁ ଅଧିକ କରୋନା ମାମଲା ଥିବା ଖୋର୍ଦ୍ଧା (୩୩୪) ଏବଂ ଗଞ୍ଜାମ (୬୭୮) ଜିଲ୍ଲାରେ ଯଥାକ୍ରମେ ୧୧୫ ଏବଂ ୯୫ସକ୍ରିୟ ରୋଗୀଙ୍କ ସହିତ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି। ଏପ୍ରିଲ୍ ୩ ରେ କଟକରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲା। ଉକ୍ତ ବ୍ୟକ୍ତି ଜଣଙ୍କ ଦିଲ୍ଲୀର ନିଜାମୁଦ୍ଦିନ ମାର୍କାଜ ମସଜିଦରେ ଥିବା ତବଲିଗି ଜାମାତରେ ଯୋଗ ଦେଇଥିଲେ। ପ୍ରାୟ ଏକ ମାସର ବ୍ୟବଧାନ ପରେ, ଅନ୍ୟ ଜଣେ ବ୍ୟକ୍ତି ୫ ମେ ରେ ପଜିଟିଭ ଚିନ୍ହଟ ହୋଇଥିଲେ। ସେ ଜଣେ ସୁରଟ ଫେରନ୍ତା ଥିଲେ। ସେବେଠାରୁ ପ୍ରାୟ ପ୍ରତ୍ୟେକ ଦିନରେ ଜିଲ୍ଲାରେ ନୂଆ ମାମଲା ଚିହ୍ନଟ କରାଯାଉଛି। ମେ ମାସରେ, ସର୍ବାଧିକ ୧୧୮ ଜଣ କରୋନା ସଂକ୍ରମିତ ହୋଇଥିଲେ। ଜୁନ୍ ୧ ରୁ ଜୁନ୍ ୧୪ ,ମଧ୍ୟରେ ୧୯୧ ଜଣ ଲୋକ ପିଜିଟିଭ ଚିହ୍ନଟ ହୋଇଛନ୍ତି ।ପ୍ରାୟ ପ୍ରତିଦିନ ତିନି ଅଙ୍କ ବିଶିଷ୍ଟ ସଂଖ୍ୟାରେ ଓଡିଶାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଗାମୀ ମାସ ଗ୍ରାମାଞ୍ଚଳ ତଥା ସଙ୍ଗରୋଧ କେନ୍ଦ୍ରରେ ଅଧିକ ରୋଗୀ ଚିହ୍ନଟ ହୋଇଥିଲେ ମଧ୍ୟ କଟକ ପ୍ରଶାସନ ପାଇଁ ଏହା ଏକ ଚ୍ୟାଲେଞ୍ଜ ହୋଇପାରେ।