Latest Odisha News

BREAKING NEWS

କରୋନା ପଜିଟିଭ ଚୋରକୁ ଗିରଫ କରି କ୍ୱାରେଣ୍ଟାଇନରେ ରହିଲେ ୧୩ ପୋଲିସ ଅଧିକାରୀ

ପୁରୀ: ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଞ୍ଚଳରେ କରୋନା ପଜିଟିଭ୍ ଚିହ୍ନଟ ଜଣେ ଚୋରି ଅଭିଯୁକ୍ତକୁ ଗିରଫ କରିବା ପରେ କ୍ୱାରେଣ୍ଟାଇନରେ ରହିଛନ୍ତି ୧୩ ପୋଲିସ ଅଧିକାରୀ ।

ମିଳିଥିବା ସୂଚନାନୁସାରେ, ଜଣେ ସ୍ଥାନୀୟ ବାସିନ୍ଦା ଅନୁସୟା ଦଳାଇ ତାଙ୍କ ଘରେ ଚୋରି ହୋଇଥିବା ନେଇ ବ୍ରହ୍ମଗିରି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ମାମଲା ରୁଜୁ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା।ପରେ ଜୁନ ୧୧ ରେ ତାଙ୍କ ସ୍ୱାବ ପରୀକ୍ଷା ପାଇଁ ପାଠ ଯାଇଥିଲା । ଯାହା ପରେ ପଜିଟିଭ ଆସିଛି ।

ଏହି ଅଭିଯୁକ୍ତ କରୋନା ପାଇଁ ପଜିଟିଭ୍ ଚିହ୍ନଟ ହେବା ପରେ ଉକ୍ତ ପୋଲିସ ଷ୍ଟେସନର ୧୩ ଜଣ ପୋଲିସ କର୍ମଚାରୀଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲା ପ୍ରଶାସନ।

Leave A Reply

Your email address will not be published.