Latest Odisha News

BREAKING NEWS

କକଟେଲ୍ ଔଷଧରେ ମରିବ କରୋନା ? ଦିଲ୍ଲୀରେ ଆରମ୍ଭ ହେଲା ପ୍ରୟୋଗ

ନୂଆଦିଲ୍ଲୀ: କରୋନାକୁ ମାତ୍ ଦେବାକୁ ଭାରତକୁ ମିଳିଲା ଆଉ ଏକ ଅସ୍ତ୍ର । କରୋନାକୁ ମାତ୍ ଦେବାରେ ସକ୍ଷମ କୁହାଯାଉଥିବା ମୋନୋକ୍ଲୋନଲ ଆଣ୍ଟିବଡ଼ି ଅର୍ଥାତ୍ କକଟେଲ୍ ଡ୍ରଗ୍ସର ପ୍ରୟୋଗ ଦେଶରେ ଆରମ୍ଭ ହୋଇଛି । ସ୍ୱିଜରଲ୍ୟାଣ୍ଡର ଔଷଧ କମ୍ପାନୀ ରୋଶେ ଓ ସିପ୍ଲା ଏହାକୁ ଭାରତରେ ଲଞ୍ଚ କରିଛନ୍ତି ।

ଏହା ମୋନୋକ୍ଲୋନଲ ଆଣ୍ଟିବଡ଼ି କୌଣସି କରୋନା ଆକ୍ରାନ୍ତଙ୍କୁ ଦେଲେ ଏହା ୭୦ ପ୍ରତିଶତ ପ୍ରଭାବ ଦେଖାଉଥିବା ଦାବି କରାଯାଉଛି । ଏହା ପ୍ରଭାବରେ ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତ୍ତି ହେବାର ଆଶଙ୍କାର କମ୍ ହୋଇ ଯାଇଥାଏ ।

କେମିତି କାମ କରେ କକଟେଲ୍ ?

ଆଣ୍ଟିବଡ଼ି କକଟେଲ୍ ୨ଟି ଔଷଧର ମିଶ୍ରଣରେ ପ୍ରସ୍ତୁତ । ଏଥିରେ କାସିରିବିମାବ ଏବଂ ଇମଦେବିମାବର ମିଶ୍ରଣ କରାଯାଇଛି । ଏହି ୨ଟି ଔଷଧର ୬୦୦-୬୦୦ ଏମଜି ମିଶ୍ରଣ ପରେ ଆଣ୍ଟିବଡ଼ି କକଟେଲ୍ ଔଷଧ ପ୍ରସ୍ତୁତ ହୁଏ । ବିଶେଷଜ୍ଞଙ୍କ ଅନୁସାରେ, ଏହି ଔଷଧ ମଣିଷ ଶରୀରରେ ସ୍ନାୟୁ କୋଷିକା ଉପରେ କରୋନାକୁ ପ୍ରବେଶ କରିବାକୁ ଦିଏ ନାହିଁ । ଫଳରେ ଭୂତାଣୁକୁ ପୋଷଣ ମିଳେନାହିଁ । ଏହା ଭୂତାଣକୁ ରେପ୍ଲିକେଟ ହେବାରୁ ରୋକିଥାଏ ।

ଏହା ଏକପ୍ରକାର ଇମ୍ୟୁନିଟି ବୁଷ୍ଟର ଅଟେ । କୌଣସି ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବାର ୪୮ରୁ ୭୨ ଘଣ୍ଟା ମଧ୍ୟରେ ଏହାକୁ ଦିଆଯାଇଥାଏ । ସୂଚନା ଅନୁସାରେ, ଏହି ଔଷଧ ଦେବା ପାଇଁ ୨୦ରୁ ୩୦ ମିନିଟ୍ ସମୟ ଲାଗେ । ଔଷଧ ଦେବା ପରେ ଆକ୍ରାନ୍ତଙ୍କୁ ନିରୀକ୍ଷଣରେ ରଖାଯାଏ ।

ଦେଶରେ ଏହି ଔଷଧ ବିତରଣ ଦାୟିତ୍ୱ ସିପ୍ଲା କମ୍ପାନୀ ନେଇଛି । ଏହା ଏବେ ନିର୍ଦ୍ଦିଷ୍ଟ କେତେକ ସହରରେ ମିଳୁଛି । ତାହା ପୁଣି ବଡ଼ ବଡ଼ ମେଡିକାଲରେ । ଏହାର ବ୍ୟବହାର ଆରମ୍ଭ ପରେ ଉତ୍ପାଦନ ବୃଦ୍ଧି କରାଯିବ । ସିପ୍ଲା ବ୍ୟତୀତ ଜାଏଡସ୍ ମଧ୍ୟ ଆଣ୍ଟିବଡ଼ି କକଟେଲର କ୍ଲିନିକାଲ ଟ୍ରାଏଲ୍ ପାଇଁ ଅନୁମତି ମାଗିଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମିତ ଥିବାବେଳେ ତାଙ୍କୁ ଏହି ଔଷଧର କକଟେଲ୍ ଦିଆଯାଇଥିଲା ।

Leave A Reply

Your email address will not be published.