Latest Odisha News

BREAKING NEWS

ମଣିଷ ସର୍ବାଧିକ କେତେ ବର୍ଷ ବଞ୍ଚିପାରେ? ଖୁଲାସା କଲେ ବୈଜ୍ଞାନିକ

ଆପଣ ଜାଣିଛନ୍ତି କି ଜଣେ ମଣିଷ ସର୍ବାଧିକ କେତେ ବର୍ଷ ବଞ୍ଚିପାରିବ? ହେଲେ ବୈଜ୍ଞାନିକ ମାନେ ଏହି ରହସ୍ୟକୁ ଖୋଜି ପାଇଥିବା ଦାବି କରାଯାଉଛି। ନେଚର କମ୍ୟୁନିକେସନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମଣିଷ ସର୍ବାଧିକ ୧୫୦ ବର୍ଷ ବଞ୍ଚିପାରେ। ଆସନ୍ତୁ ଜାଣିବା ବୈଜ୍ଞାନିକଙ୍କ ତଥ୍ୟ…

ସିଙ୍ଗାପୁରର ବୈଜ୍ଞାନିକ ମାନେ ମଣିଷର ସର୍ବାଧିକ ବୟସ ମାପିବା ପାଇଁ ଏକ ସ୍ୱତନ୍ତ୍ର ଇଣ୍ଡିକେର୍ଟସ ତିଆରି କରିଛନ୍ତି । ଯାହାକୁ ଡାଇନୋମିକ ଅର୍ଗାନିଜମ୍ ଟେଷ୍ଟ ଇଣ୍ଡିକେର୍ଟସ୍ (ଡିଓଏସଆଇ) କୁହାଯାଇଥାଏ । ମଣିଷର ରକ୍ତ ନମୁନା ନେଇ ଏଥିରେ ମପାଯାଇଥିଲା । ତଦନୁସାରେ ଯଦି ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ ଭଲ ରହେ ଓ ପରିସ୍ଥିତି ତା’ ଶରୀର ଅନୁକୂଳ ରୁହେ । ତେବେ ଜଣେ ବ୍ୟକ୍ତି ୧୫୦ ବର୍ଷ ବଞ୍ଚିପାରେ।

ଗବେଷକଙ୍କ ମତରେ ମଣିଷର ବୟସ ବଢିବା ସାଙ୍ଗକୁ ତା’ର ଅଙ୍ଗପ୍ରତ୍ୟଙ୍ଗ କମ୍ କରିଥାଏ ଓ ସେ ବିଭିନ୍ନ ରୋଗରେ ସଂକ୍ରମିତ ମଧ୍ୟ ହୋଇପଡେ । ଫଳରେ ସେ ରୋଗଗ୍ରସ୍ତ ହୋଇ ପଡିଥାଏ । ଯାହା ପରବର୍ତ୍ତୀ ସମୟରେ ଶରୀରକୁ ଦୁର୍ବଳ କରିପକାଏ।

ବୈଜ୍ଞାନିକ ମାନେ ବିଭିନ୍ନ ବୟସର ଅନେକ ଲୋକଙ୍କ ଉପରେ ଗବେଷଣା କରିଥିଲେ । ସେମାନଙ୍କର କମ୍ଲିଟ୍ ବ୍ଲଡ୍ କାଉଣ୍ଟ (ସିବିସି) କରାଯାଇଥିଲା । ଏହି ଯାଞ୍ଚରେ ଶରୀରରେ ଶ୍ୱେତ ରକ୍ତ କଣିକା, ଲାଲ୍ ରକ୍ତ କଣିକା ଓ ପ୍ଲେଟଲେଟ୍ସର ମାତ୍ରାକୁ ଅନୁଧ୍ୟାନ କରାଯାଇଥାଏ । ପରେ ବୟସର ଟ୍ରେଜକ୍ଟରୀ ଓ ସିବିସିର ପରିସଂଖ୍ୟାନକୁ ମିଳାଇବା ପରେ ଜଣାପଡିଥାଏ ଶରୀରର କେତେ ରୋଗ ସହ ଲଢୁଛି । ଏହା ଶରୀର ଉପରେ କେତେ ଦୂର ପ୍ରଭାବ ପକାଇଥାଏ।

ଏହି ଇଣ୍ଡିକେର୍ଟସ ଶରୀରର ଫିଜିକାଲ୍ କ୍ଷମତାକୁ ଦର୍ଶାଇଥାଏ । ଯେଉଁମାନଙ୍କର ଲାଇଫଷ୍ଟାଇଲ୍ ସଠିକ୍ ହୋଇନଥାଏ, ସେମାନେ କମ୍ ବର୍ଷ ବଞ୍ଚିଥାଆନ୍ତି । ଏଥିରେ ସାମାନ୍ୟ ରୋଗକୁ ଆଧାର କରି ଶରୀରର ବୟସ ଜଣାପଡିଥାଏ । ଏମିତିକି ସେ କେତେ ବର୍ଷ ଜୀବିତ ରହିପାରିବ ସେନେଇ ମଧ୍ୟ ଅନୁମାନ କରାଯାଇପାରେ।

ସେହିପରି ଯଦି ଜଣେ ବ୍ୟକ୍ତିର ଜୀବନଶୈଳୀ ଭଲ ହୋଇଥାଏ ଓ ସେ କୌଣସି ପ୍ରକାରର ରୋଗରେ ଆକ୍ରାନ୍ତ ହୋଇନଥାଏ, ସେଭଳି ସ୍ଥଳେ ସେ ଅଧିକ ଦିନ ବଞ୍ଚିବ ବୋଲି କୁହାଯାଇଥାଏ । ଯଦି କୌଣସି ପ୍ରକାରର କ୍ରୋନିକ୍ ବେମାରୀ ନାହିଁ ଏବଂ ଜୀବନଶୈଳୀ ସୁସ୍ଥ ରହିଛି ତାହେଲେ ମଣିଷ ୧୨୦ରୁ ୧୫୦ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚିପାରିବ।

ତେବେ ବୟସ ବଢିବା ସଙ୍ଗେସଙ୍ଗେ ଶରୀରର ଆଭ୍ୟନ୍ତରୀଣ ଓ ବାହ୍ୟିକ କ୍ଷମତା କମଜୋର ହୋଇ ପଡିଥାଏ । ଏହା ସହ ଅନ୍ୟାନ୍ୟ ରୋଗ ଶରୀର ପ୍ରତି ଅଧିକ ଘାତକ ହୋଇପଡିଥାଏ । କିନ୍ତୁ ଯଦି ଆମ ଦୈନନ୍ଦିନ ଜୀବନଶୈଳୀ ସୁସ୍ଥ ରହେ ତେବେ ମଣିଷ ଅଧିକ ବର୍ଷ ଯାଏଁ ସୁସ୍ଥ ଜୀବନ ଅତିବାହିତ କରିପାରିବ।

Leave A Reply

Your email address will not be published.