Latest Odisha News

BREAKING NEWS

କୋଭିଡ-୧୯ ସଙ୍କଟ: ସ୍କୁଲ ବନ୍ଦ ଯୋଗୁଁ ୨୪ କୋଟି ଭାରତୀୟ ଛାତ୍ରଛାତ୍ରୀ ପ୍ରଭାବିତ

ନୂଆଦିଲ୍ଲୀ: ଦେଶବ୍ୟାପୀ କୋଭିଡ-୧୯ ସଙ୍କଟ ଜନିତ ସ୍କୁଲ ବନ୍ଦ ରହିବା କାରଣରୁ ପ୍ରାୟ ୨୪ କୋଟି ଭାରତୀୟ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିବା ଅଶୋକା ବିଶ୍ୱବିଦ୍ୟାଳୟର ସ୍କୁଲ ଏଜୁକେସନ ଏବଂ ଲିଟେରାସୀ ବିଭାଗର ସମ୍ପାଦିକା ଅନିତା କରୱାଲ, ‘ଫ୍ୟୁଚର ଅଫ ସ୍କୁଲ ଅଭରକମିଂ କୋଭିଡ ଆଣ୍ଡ ବିୟଣ୍ଡ କନଫେରେନ୍ସ’ରେ କହିଛନ୍ତି ।

କୋଭିଡ-୧୯ ସଙ୍କଟ ରୁ ସ୍କୁଲ ବନ୍ଦ ଯୋଗୁ ଭାରତର ପ୍ରାୟ ୨୪ କୋଟି ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କ ମାନସିକ ସ୍ଥିତି ଉପରେ ଗୁରୁତ୍ୱ ଦିଆଯାଇ,ପ୍ରଥମ ପର୍ଯ୍ୟାୟରେ ଭାବନାତ୍ମକ ସହାୟତା ସକାଶେ ମନୋଦର୍ପଣ ନାମକ ଏକ ୱେବସାଇଟ ବିକଶିତ କରାଯିବା ସଙ୍ଗେ ଏକ ଟୋଲ ଫ୍ରି ନମ୍ବର ଏବଂ ତା ସାଙ୍ଗକୁ ଏକ ନ୍ୟାସନାଲ ଡିରେକ୍ଟୋରିର ଯୋଜନା କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଇଣ୍ଟେରାକ୍ଟିଭ ଚ୍ୟାଟ ନିମନ୍ତେ ଏକ ପ୍ଲାଟଫର୍ମର ଯୋଜନା କରାଯାଇଥିବା ସେ ଇଣ୍ଡିଆନ ଏକ୍ସପ୍ରେସକୁ ସୂଚନା ଦେଇଛନ୍ତି ।

ବର୍ତ୍ତମାନ କରାଯାଇଥିବା ବ୍ୟବସ୍ଥା ରେ କିଛି ସ୍କୁଲ ନିଜ ଟାଇମ ଟେବଲ ପ୍ରସ୍ତୁତ କରି ପାଠ ପଢା ଆରମ୍ଭ କରିଥଲେ ହେଁ ବହୁ ଘଣ୍ଟା ଧରି ଏକ ସ୍କ୍ରିନ ଆଗରେ ବସି ରହିବା ଛାତ୍ରଛାତ୍ରୀ ଙ୍କ ପକ୍ଷେ ସମ୍ଭବ ହେଉନଥିବା ବେଳେ, ଘରକୁ ଗୋଟିଏ ମାତ୍ର ଟିଭି ଥିବା କାରଣରୁ ପରିବାର ଲୋକେ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହି ସମ୍ବନ୍ଧୀୟ ଚିନ୍ତାବ୍ୟକ୍ତ କରି ନ୍ୟାସନାଲ କନଫେରେନ୍ସ ରେ ଶିକ୍ଷା ବିଷାରଦ ମାନେ ଭାରତୀୟ ଶିକ୍ଷା ବ୍ୟବସ୍ଥା ଏକ ଜଟିଳ ସମୟ ଦେଇ ଗତି କରୁଥିବା ସୂଚାଇଛନ୍ତି । ମିଳିତ ପ୍ରଚେଷ୍ଟା ଦ୍ୱାରା ଏହି ପରିସ୍ଥିତି ର ମୁକାବିଲା କରିବା ନେଇ ସେ ପରାମର୍ଶ ଦେଇଛନ୍ତି ।

ବହୁତ କମ ଛାତ୍ରଛାତ୍ରୀ ୱାଟ୍ସଆପ୍ ରେ ଯୋଡି ହେବାକୁ ସକ୍ଷମ ହେଉଥିବା ଶିକ୍ଷକ ମାନଙ୍କ ପାଇଁ ଏକ ଚିନ୍ତାର ବିଷୟ ହେଉଥିବା ବେଳେ, ମିଳିତ ଉଦ୍ୟମରେ ଛାତ୍ରଛାତ୍ରୀଙ୍କ ନିକଟକୁ ପହଞ୍ଚିବାର ବ୍ୟବସ୍ଥା କରାଯିବାକୁ ଯୋଜନାଥିବା ଏନଏଚ ଗୋଏଲ ୱାଲ୍ଡ, ରାଇପୁର ର ନିର୍ଦ୍ଦେଶକ ଶିଳାଦିତ୍ୟ ଘୋଷ କହିଛନ୍ତି ।

ଶତକଡା ୨୫ ଭାଗ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତ୍ୟକ୍ଷ ଶିକ୍ଷା ସାଙ୍ଗକୁ ଅନ୍ୟ ଛାତ୍ରଛାତ୍ରୀ ପାଇଁ ଟେଲିଭିଜନ ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା କରାଯାଇପାରିବା କଥା ଶିବନଗର ସ୍କୁଲ ନୋଏଡା ର ପ୍ରିନ୍ସିପାଲ ଶଶି ବାନାର୍ଜୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.