Latest Odisha News

BREAKING NEWS

ପିଜି ପରୀକ୍ଷା ପାଇଁ ଆଡମିଟ କାର୍ଡ ରିଲିଜ କଲା ଏମ୍ସ, ଜୁନ ୧୧ରେ ହେବ ପରୀକ୍ଷା

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଇନଷ୍ଟିଟିୟୁଟ ଅଫ୍ ମେଡିକାଲ ସାଇନ୍ସ ପକ୍ଷରୁ ଶନିବାର ଦିନ ପିଜି ପରୀକ୍ଷା, ୨୦୨୦ ପାଇଁ ଆଡମିଟ କାର୍ଡ ରିଲିଜ କରାଯାଇଛି । ୱେବସାଇଟରୁ ପ୍ରାର୍ଥୀ ମାନେ ନିଜ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ।

ଆଡମିଟ କାର୍ଡ ଓ ହଲ ଟିକେଟ ଏହି ୱେବସାଇଟରୁ ଡାଉନଲୋଡ କରିପାରିବେ:

ଏମ୍ସ ଏମଡି/ଏମଏସ/ଏମସିଏଚ(୬ବର୍ଷ)/ଏମଡିଏସ, ଏମଏସସି ନର୍ସିଂ, ବିଏସସି ପୋଷ୍ଟ ବେସିକ (ନର୍ସିଂ), ଡିଏମ/ଏମସିଏଚ/ଏମଡି(ଫେଲୋସିପ ପ୍ରୋଗ୍ରାମ) ଓ ଫେଲୋସିପ ଏଣ୍ଟ୍ରାନ୍ସ ପରୀକ୍ଷା,୨୦୨୦ ପାଇଁ  ଆବେଦନ କରିଥିବା ପ୍ରାର୍ଥୀ, ନିଜ ନାମ, ପରୀକ୍ଷା ସମୟ ଆଦି ସବିଶେଷ ତଥ୍ୟ ଥିବା ନିିଜ ଆଡମିଟ କାର୍ଡ ଓ ହଲ ଟିକେଟ www.aiimsexams.org ୱେବସାଇଟରୁ ଡାଉନଲୋଡ କରିପାରିବେ ।

ଦେଶବ୍ୟାପୀ କୋଭିଡ-୧୯ ଜନିତ ସଙ୍କଟ ଯୋଗୁ ଜୁନ ୫ ତାରିଖରେ ହେବାକୁ ଥିବା ପରୀକ୍ଷା କୁ ଏମ୍ସ ଜୁନ ୧୧ ତାରିଖରେ କରିବାକୁ ନିଷ୍ପତି ନେଇଛି । ପରିବର୍ଦ୍ଧିତ ତାରିଖ ଅନୁସାରେ ଫେଲୋସିପ ଏଣ୍ଟ୍ରାନ୍ସ ପରୀକ୍ଷା ଅପରାହ୍ନ ୧ ରୁ ୨ ପର୍ଯ୍ୟନ୍ତ ଥିବା ବେଳେ, ଡିଏମ,ଏମସିଏଚ,ଏମଡି, ଏମଏସସି ନର୍ସିଂ,ବିଏସସି ପୋଷ୍ଟ ବେସିକ(ନର୍ସିଂ)ର ପରୀକ୍ଷା ୧ ରୁ ୨:୩୦ ପର୍ଯ୍ୟନ୍ତ ରଖାଯାଇଛି ।

ସେହିପରି ଏମଡି,ଏମଏସ,ଏମସିଏଚ(୬ ବର୍ଷ),ଏମଡିଏସ, ଡିଏମ(୬ ବର୍ଷ) ର ପରୀକ୍ଷା ୧ ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରଖାଯାଇଛି ।

ତତ୍‌ସହିତ ସମସ୍ତ ପ୍ରାର୍ଥୀଙ୍କ ପାଇଁ ଭାରତ ସରକାରଙ୍କ ନିର୍ଦ୍ଦେଶିତ କରୋନା ଭାଇରସର ପ୍ରିଭେନଟିଭ ଗାଇଡଲାଇନ ଓ ସାମଜିକ ଦୂରତାକୁ ବାଧ୍ୟତାମୂଳକ ରଖାଯାଇଛି ।

Leave A Reply

Your email address will not be published.