Latest Odisha News

BREAKING NEWS

‘ଷ୍ଟଡି ଇନ ଇଣ୍ଡିଆ’ ବ୍ରାଣ୍ଡ ଉପରେ ପ୍ରମୁଖ ବିଶ୍ୱବିଦ୍ୟାଳୟ ମାନଙ୍କୁ ଗୁରୁତ୍ୱ ଦେବାକୁ କହିଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ‘ଷ୍ଟଡି ଇନ ଇଣ୍ଡିଆ’ ଉପରେ ଗୁରୁତ୍ୱ ଦେବା ସହ ଏହାକୁ ଏକ ଅନ୍ତଃରାଷ୍ଟ୍ରୀୟ ବ୍ରାଣ୍ଡ ରୂପେ ଗଢି ତୋଳିବା କଥା କହିଛନ୍ତି ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ।

ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଆଇଆଇଟି ତଥା ଅନ୍ୟ ଶୈକ୍ଷିକ ବିଷାରଦ ମାନଙ୍କୁ ମିଳିତ ଭାବେ କାମ କରିବାକୁ ଅନୁରୋଧ କରିଛନ୍ତି ମାନନୀୟ କେନ୍ଦ୍ର ମନ୍ତ୍ରୀ ।

ଟାଇମ୍ସ ହାୟର ଏଜୁକେସନର ଏସିଆ ସଂସ୍କରଣ ଅନୁଯାୟୀ, ପ୍ରତିଯୋଗିତାର ସ୍ତର ବଢୁଥିବା ବେଳେ ଇଣ୍ଡିଆନ ଇନଷ୍ଟିଟିୟୁଟ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ର ଖରାପ ପ୍ରଦର୍ଶନ ପରେ ଏଭଳି ନିର୍ଦ୍ଦେଶ ଆସିଥିବା ଆସିଛି । ଦେଶର ଅନ୍ୟ ପ୍ରମୁଖ ଅନୁଷ୍ଠାନ ଇଣ୍ଡିଆନ ଇନଷ୍ଟିଟିୟୁଟ ଅଫ୍ ସାଇନ୍ସ(ଆଇଆଇଏସ) ର ସ୍ଥାନ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୭ଟି ସ୍ଥାନ ତଳକୁ ଖସିଛି । ତଥାପି ଦେଶର ୮ଟି ଅନୁଷ୍ଠାନ ଟପ ୧୦୦ରେ ସ୍ଥାନ ପାଇଛନ୍ତି ।

ଶୁକ୍ରବାର ହୋଇଥିବା ଏହି ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ଏଚଆରଡି ମନ୍ତ୍ରୀ ରମେଶ ପୋଖରିୟାଲ, ମିନିଷ୍ଟର ଅଫ ଷ୍ଟେଟ୍‌, ସଞ୍ଜୟ ଧୋତ୍ରେ, ମିନିଷ୍ଟର ଅଫ ଷ୍ଟେଟ୍‌, ଉଚ୍ଚ ଶିକ୍ଷା ମନ୍ତ୍ରୀ, ଅମିତ ଖରେ, ଚନ୍ଦ୍ରଶେଖର ଜେଏସ୍ ଇନଷ୍ଟିଟିୟୁଟ ଅଫ୍ ଏମିନାନ୍ସ, ବ୍ୟୁରୋ ମୁଖ୍ୟ ଏଚଆରଡି ମନ୍ତ୍ରାଳୟ, ଅନ୍ୟ ନିର୍ଦ୍ଦେଶକ ଓ ବିଭିନ୍ନ ଅନୁଷ୍ଠାନ ର କୂଳପତି ମାନେ ଯୋଗ ଦେଇଥିଲେ ।

ବୈଠକରେ, ଇନଷ୍ଟିଟିୟୁଟ ଅଫ୍ ଏମିନାନ୍ସ ଅଧୀନରେ ଆସୁଥିବା ସମସ୍ତ ସଂସ୍ଥା ମାନଙ୍କୁ ଏହି ଭିଜନ ସମ୍ବନ୍ଧୀୟ ଏକ ତ୍ରି-ବର୍ଷୀୟ ଆକ୍ସନ ପ୍ଲାନ ସବମିଟ୍ କରିବା ସହ ପ୍ରୋଜେକ୍ଟ ର ସୁପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ୟୁନିଟ ଗଠନ କରିବା ପାଇଁ ଏଚଆରଡି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବକେୟା ଉପକରଣ ଓ ସଂରଚନା ପାଇଁ ରହିଥିବା ସମସ୍ତ ଆବଶ୍ୟକୀୟ ସାମଗ୍ରୀ ର ତୁରନ୍ତ ଆପ୍ରୁଭାଲ ପାଇଁ ରମେଶ ପୋଖରିୟାଲ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.