Latest Odisha News

ଇଟାଲୀରେ କରୋନା ବିଭୀଷିକା: ୨୪ ଘଣ୍ଟାରେ ଗଲାଣି ୬୮୩ ଜୀବନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର କୋକୂଆ ଭୟ। ଧୀରେ ଧୀରେ ଆୟତ୍ତ ବହାରକୁ ଚାଲି ଯାଉଛି ଏହି ମାରାତ୍ମକ ଭୂତାଣୁ । ଚୀନ ପରେ ଏବେ ଏହା ଇଟାଲୀରେ ରଚୁଛି ମୃତ୍ୟୁର ତାଣ୍ଡବ । ଗୋରିଏ ଦିନରେ ନେଲା ୬୮୩ ଜୀବନ ।

୨୪ ଘଣ୍ଟାରେ ଇଟାଲୀରେ କରୋନାଭାଇରସ ପ୍ରଭାବରେ ୬୮୩ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ଏହାକୁ ମିଶାଇ ଇଟାଲୀରେ ମୃତକଙ୍କ ସଂଖ୍ୟା ୭୫୦୩ ରେ ପହଞ୍ଚିଛି। ଏହାସହ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୭୫, ୦୦୦ ଛୁଇଁଛି ।

ମୃତ୍ୟୁର ବିଭୀଷିକା ରଚୁଥିବା ଏହି କରୋନା ଭାଇରସର ଉତ୍ପତ୍ତି ସ୍ଥଳ ଚୀନର ମୃତ୍ୟୁ ସଂଖ୍ୟାକୁ ମଧ୍ୟ ଟପିଗଲାଣି ଇଟାଲୀ ।

କରୋନା ଭାଇରସ ସାରା ବିଶ୍ୱରେ ୧୮୦୦୦ ରୁ ଉର୍ଦ୍ଧ୍ବ ଲୋକଙ୍କ ପ୍ରାଣ ନେଲାଣି | ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଦ୍ୱାରା ସଂଗୃହିତ ତଥ୍ୟ ଅନୁଯାୟୀ ସମଗ୍ର ବିଶ୍ୱରେ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ସାଢ଼େ ୪ ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରାୟ ୧ ଲକ୍ଷ ରୁ ଉର୍ଦ୍ଧ୍ବ ଲୋକ ସୁସ୍ଥ ହୋଇଯାଇଛନ୍ତି।

Leave A Reply

Your email address will not be published.