Latest Odisha News

BREAKING NEWS

କୋଭିଡ-୧୯: ଭାରତରେ ୬୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଅଣାୟତ୍ତ ହେଉଛି ମାରାତ୍ମକ କରୋନା ଭାଇରସ । ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦୬ ରେ ପହଞ୍ଚିଛି।

ଗତକାଲି କରୋନା ପ୍ରଭାବରେ ଅହମ୍ମଦାବାଦରେ ୨ ଜଣଙ୍କର ପ୍ରାଣ ଯାଇଥିଲା ।

ତେବେ ଏହି ମୃତ୍ୟୁ ସହ ଭାରତରେ କରୋନା ଆକ୍ରାନ୍ତରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ପ୍ରକାଶ ।

ସାରାବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଟପି ସାରିଥିବା ବେଳେ ମୃତକଙ୍କ ସଂଖ୍ୟା ୨୧ ହଜାର ୨୦୦ ।

ବଢୁଥିବା କରୋନା ଭାଇରସ ସଂକ୍ରମଣରେ ଅଙ୍କୁଶ ଲଗାଇବା ପାଇଁ ଆସନ୍ତା ୨୧ ଦିନ ଯାଏଁ ଭାରତକୁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି ।

Leave A Reply

Your email address will not be published.