Latest Odisha News

୧୮୫ ଦେଶକୁ ବ୍ୟାପିଲାଣି ଡେଲଟା ପ୍ରଜାତି

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଧବାର ଦିନ କହିଛି ଯେ କୋଭିଡ୍-୧୯ ଡେଲଟା ପ୍ରଜାତି ଅନ୍ୟାନ୍ୟ ଭାରିଆଣ୍ଟଙ୍କ ମଧ୍ୟ ଅଧିକ ମାରାତ୍ମକ ଏବଂ ସଂକ୍ରାମକ ବୋଲି ଜଣାପଡ଼ିଛି।

କୋଭିଡ-୧୯ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଷୟିକ ମୁଖ୍ୟ ମାରିଆ ୱାନ୍ କେରଖୋଭ୍‌ କହିଛନ୍ତି ଯେ ଡେଲଟା ଭାରିଆଣ୍ଟ ଅଧିକ ସଂକ୍ରାମକ ଏବଂ ବିପଜ୍ଜନକ।

ବର୍ତ୍ତମାନ ପର୍ଯ୍ୟନ୍ତ ୧୮୫ ରୁ ଅଧିକ ଦେଶରେ କୋଭିଡ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇସାରିଛି ବୋଲି ସେ ହୁ କହିଛି।

ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (CDC) ଅନୁଯାୟୀ, ଡେଲଟା ଭାରିଆଣ୍ଟ ଅତ୍ୟଧିକ ସଂକ୍ରାମକ, ପୂର୍ବ ପ୍ରଜାତିଠାରୁ ଏହା ୨ ଗୁଣା ଅଧିକ ସଂକ୍ରାମକ ଅଟେ। କିଛି ତଥ୍ୟ ଅନୁଯାୟୀ ଡେଲଟା ଭାରିଆଣ୍ଟ ଅଣ-ଟିକାକୃତ ଲୋକଙ୍କୁ ପ୍ରଭାବିତ କରିପାରେ ଏବଂ ଏହା ପୂର୍ବ ପ୍ରଜାତି ଅପେକ୍ଷା ଅଧିକ ଗୁରୁତର ହୋଇପାରେ।

Comments are closed.