Latest Odisha News

BREAKING NEWS

ତିନି ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ, ବାଇଡେନଙ୍କ ସହ ୨୪ରେ ଭେଟ

ନୂଆଦିଲ୍ଲୀ: ଆଜିଠୁ ତିନି ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ସମୟରେ ସେ କ୍ୱାଡ୍ ଦେଶ ସମୂହ ବୈଠକରେ ଯୋଗ ଦେବେ । ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ସାମିଲ ହେବେ ନରେନ୍ଦ୍ର ମୋଦି । ବାଇଡେନ୍ ରାଷ୍ଟ୍ରପତି ହେବା ପରେ ତାଙ୍କ ସହ ପ୍ରଥମ ଥର ସାକ୍ଷାତ ଆଲୋଚନାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ବାଇଡେନଙ୍କ ସହ ଆଫଗାନ ପ୍ରସଙ୍ଗରେ ହୋଇପାରେ ଆଲୋଚନା ।

ଆସନ୍ତାକାଲି ଜାପାନ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ବି ଭେଟିବା କାର୍ୟ୍ୟକ୍ରମ ରହିଛି । କ୍ୱାଡ୍ ଦେଶ ସମ୍ମିଳନୀରେ ଉଠିପାରେ ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଓ ଆଫଗାନ ପ୍ରସଙ୍ଗ । ଏଦିଗରେ କ୍ୱାଡ୍ ଦେଶ ସମୂହର ଆଲୋଚନା ଓ ନିଷ୍ପତ୍ତି ଉପରେ ସାରା ବିଶ୍ୱର ନଜର ରହିଛି ।

୨୫ ତାରିଖରେ ଓ୍ୱାଂଶିଟନରେ ପ୍ରଧାନମନ୍ତ୍ରୀଙ୍କର କିଛି କାର୍ୟ୍ୟକ୍ରମ ବି ରହିଛି । ଆମେରିକାର କିଛି ଟପ୍ କର୍ପୋରେଟ୍ ଲିଡରଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ । ଏହାପରେ ସେ ନ୍ୟୁୟର୍କ ଗସ୍ତ କରିବେ । ଜାତିସଂଘର ସାଧାରଣ ପରିଷଦକୁ ସମ୍ବୋଧିକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କର ଏହି ତିନି ଦିନିଆ ଆମେରିକା ଗସ୍ତ ବିଭିନ୍ନ ଦୃଷ୍ଟି କୋଣରୁ ବେଶ ଗୁରୁତ୍ୱ ବହନ କରୁଛି ।

Leave A Reply

Your email address will not be published.