Latest Odisha News

BREAKING NEWS

ପୋଖରୀରେ ବୁଡ଼ି ୨ ଶିଶୁଙ୍କ ସଲିଳ ସମାଧି

ଭବାନୀପାଟଣା: ପୋଖରୀ ନିକଟରେ ଖେଳିବା ହେଲା କାଳ । ପୋଖରୀରେ ବୁଡ଼ି ୨ ଶିଶୁଙ୍କର ଜୀବନ ଯାଇଛି । କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା କୁଟୁରୁଗୁଡ଼ା ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକମାନେ ହେଲେ ଗାଁର ଗଦନଙକ୍ ୪ ବର୍ଷର ପୁଅ ସୁଶାନ୍ତ ଓ ଗୌରଙ୍କ ୮ ବର୍ଷର ଝିଅ କୁସ୍ମିତା । ଏମାନେ ଘର ପାଖରେ ଥିବା ପୋଖରୀରେ ବୁଡ଼ି ଯାଇଥିଲେ।

ପରିବାର ଲୋକ ଖୋଜାଖୋଜି ପରେ ବି କୌଣସି ସନ୍ଧାନ ପାଇନଥିଲେ । ଶେଷରେ ପୋଖରୀରେ ଦୁହିଁଙ୍କର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ବି ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.